ଜିଲ୍ଲା ବୋଇତବନ୍ଦାଣ ସମିତି କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ବୋଇତବନ୍ଦାଣ ସମିତି, କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ ଶୁକ୍ରବାର ଗରାପୁରସ୍ଥିତ ହନୁମାନଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାୟି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ସମ୍ପାଦକ ଉମାଶଙ୍କର ଜେନା ପୂର୍ବ ବୈଠକର ବିବରଣୀ ଉପସ୍ଥାପନା କରିଥିଲେ ଓ ଏହା ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । ପୂର୍ବ ସଭାପତି ଚିନ୍ମୟ ପ୍ରସାଦ ବେହୁରାଙ୍କ ପ୍ରସ୍ତାବ ଓ ସଭାର ଅନୁମୋଦନ କ୍ରମେ ବିଗତ ବର୍ଷର କର୍ମକର୍ତ୍ତାଙ୍କୁ ଚଳିତ ବର୍ଷ ପାଇଁ ନିର୍ବାଚିତ କରାଯାଇଥିଲା । ନୂତନ ଭାବରେ ହିମାଂଶୁ ବେହେରା, ରୀତାଞ୍ଜଳି ଦାସ, ସନ୍ତୋଷ ସାହୁ, ପବିତ୍ର ସାମଲ, ପ୍ରଦିପ ଦାସ, ରଜନୀକାନ୍ତ ଦାସଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଗଲା । ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଆସନ୍ତା ୨୭ତାରିଖ ରବିବାର ସ୍ଥାନୀୟ ତୁଳସୀ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯିବା ସହ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଚିତ୍ତରଞ୍ଜନ ଦାସ ଓ ରବିନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅବନ୍ତୀ ବେହେରା, ସୈାମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦିପ ଦାସ, ରୀତାଞ୍ଜଳି ଦାସ, ମିନତୀପ୍ରଭା ସ୍ୱାଇଁଙ୍କୁ ନେଇ ଗଠନ କରାଗଲା । କାର୍ତ୍ତିକ ପୂର୍ଣ୍ଣମା ଦିନ ପ୍ରତ୍ୟୁଷରେ ଜଜାଙ୍ଗ ଆଦର୍ଶ ପୋଖରୀରେ ପ୍ରତିବର୍ଷ ଭଳି ବୋଇତବନ୍ଦାଣ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ସରୋଜ କୁମାର ସାହୁ ଓ ଲୋହିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜେନ୍ଦ୍ର ମହାପାତ୍ର, ମୀନକେତନ ସାମଲ, ରଜନିକାନ୍ତ ଦାସ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ହିମାଂଶୁ ବେହେରା, ମିନତୀ ମହାରଣା ଓ ଗାୟତ୍ରୀ ମହାନ୍ତିଙ୍କୁ ନେଇ ଏକ କମିଟି ଗଠନ କରାଗଲା । ବିଗତ ବର୍ଷମାନଙ୍କ ଭଳି ଡା. ସରୋଜକାନ୍ତ କାନୁନଗୋ, ଭାଗବତ ପ୍ରସାଦ ମହାନ୍ତି, ଇନ୍ଦ୍ରମଣୀ ରାଉତ, ଗୟାଚାନ୍ଦ ଭୂୟାଁ, ଡା. ଅଲେଖ ଚନ୍ଦ୍ର ଦାସ, ମୀନକେତନ ଦାସ, ଶରତ ପ୍ରସାଦ ସିଂ, ପୁଲିନ ବିହାରି ମହାନ୍ତି, ଚଞ୍ଚଳା ସାହୁ ପ୍ରମୁଖଙ୍କ ନାମରେ ନାମିତ ସ୍ମୃତିଫଳକ ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ବିଦ୍ୱାନ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯିବାକୁ ସ୍ଥିର କରାଗଲା । ଏସମସ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ସଭାପତି ଚିନ୍ମୟ ବେହୁରା, ସମ୍ପାଦକ ଉମାଶଙ୍କର ଜେନା, ସଞ୍ଜୟ ରାଉତ, ରବୀନ୍ଦ୍ରନାଥ ରଥ, ଗୋଲଖ ପଢିଆରୀ ଓ ବୈଷ୍ଣବ ପ୍ରଧାନ ପ୍ରମୁଖଙ୍କ ଉପରେ ଦାୟୀତ୍ୱ ନ୍ୟସ୍ତ କରାଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ