ପୁରୀ ଜିଲ୍ଲା ସୌଣ୍ଡିକ ସମାଜର ବାର୍ଷିକ ଉତ୍ସବ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରାମଚଣ୍ଡୀ ପୀଠରେ ପୁରୀ ଜିଲ୍ଲା ସୌଣ୍ଡିକ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାର ସାତବିଷ ମଣ୍ଡଳର ସୌଣ୍ଡିକ ସମାଜ କର୍ମକର୍ତା ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡିଶା ରାଜ୍ୟ ସଙ୍ଗଠନ ଉପଦେଷ୍ଠା ବିକ୍ରମ କେଶରୀ ସାହୁ, କୋଦଣ୍ଡ ଚୌଧୁରୀ, ଭରତ ମଣ୍ଡଳ ଓ ରାଜ୍ୟ ସମ୍ପାଦକ ମଙ୍ଗରାଜ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୌଣ୍ଡିକ ସମାଜର ଅଗ୍ରଗ୍ରତି, ସୁସମ୍ପର୍କ, ଭାଇଚାରା ଓ ଜାତି ଭାଇ ମାନଙ୍କ ଉନ୍ନତି କିପରି ହୋଇ ପାରିବ ସେ ଉପରେ ଆଲୋକପାତ କରିଥିଲେ। ସଂଗଠନର ପୁରାତନ ସଭାପତି ତଥା ସ୍ଵର୍ଗତ ଭ୍ରମରବର ସାହୁଙ୍କ ପ୍ରତି ଶୋକ ଓ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରଯାଇଥିଲା।କାର୍ଯ୍ୟକ୍ରମରେ ସ୍ବଜାତି ର ପ୍ରାୟ ୨୦୦ ଜାତି ଭାଇ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ସୁଦର୍ଶନ ସାହୁ ଓ ଜଗନ୍ନାଥ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବସନ୍ତ ସାହୁ, ସଭାପତି ଅଜୟ କୁମାର ସାହୁ, ସମ୍ପାଦକ ଭାସ୍କର ସାହୁ, ଉପ ସଭାପତି ଦେବେନ୍ଦ୍ର ସାହୁ ଓ ଉତ୍ତମ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ