ପୁରୀ -ତିରୁପତି ଗାଡିରହଣୀ ଓ ଷ୍ଟେସନର ଉର୍ନ୍ନତି କରଣ ଦାବିରେ ଜେନେରାଲ ମ୍ୟାନେଜରଙ୍କୁ ସ୍ମରକପତ୍ର
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ରେଳ ଷ୍ଟେସନଠାରେ ପୁରୀ-ତିରୁପତି ,ପୁରୀ -ଅହମଦାବାଦ,ବ୍ରହ୍ମପୁର -ତୃତୀୟ DMU କୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ଅପରାହ୍ନର ବନ୍ଦ ହୋଇଯାଇଥିବା ବ୍ରହପୁର, ଭୁବନେଶ୍ୱର DMU ତୁରନ୍ତ ଚାଲୁ କରିବା,ଗଞ୍ଜାମ ରେଳଷ୍ଟେସନର ଆଧୁନିକିକରଣ, ଭିତ୍ତିଭୂମିର ବିକାଶ ଓ ସୁରକ୍ଷା ଦୃଷ୍ଟିରୁ RPF ବ୍ୟବସ୍ଥା ଏବଂ ଉର୍ନ୍ନତମାନ ପ୍ରକ୍ଷାଳୟ- ଅନୁସାଙ୍ଗିକ ବ୍ୟବସ୍ଥା କରିବା ନେଇ ଆଜି ଗଞ୍ଜାମ ଷ୍ଟେସନଠାରେ ସାନ୍ଧ୍ୟ ସମୟରେ -ରେଳବିଭାଗର- ଜେନେରାଲ ମ୍ୟାନେଜର -ହେଚ -ଶଙ୍କର -ଫୁଙ୍କୁଵାଲ ଓ ଡିଆରଏମ୍ – ହେଚ -ଶଙ୍କର -ବାଜ଼ୱାଙ୍କୁ ଗଞ୍ଜାମ ବରିଷ୍ଠ ନାଗରିକ ସଙ୍ଘ ଓ ଗଞ୍ଜାମ ଅଞ୍ଚଳ ବାସି ଭେଟି ଆଲୋଚନା କରିବା ସହ ସ୍ମାରକପତ୍ରପ୍ରଦାନ କରିଥିଲେ l ଏହାକୁ ଗୁରୁତର ସହ ନେବା ସହ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ ଜିଏମ୍ ଫୁକୁବାଲା l ଗଞ୍ଜାମ ବରିଷ୍ଠ ନାଗରିକ ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ବିନୋଦ ଚନ୍ଦ୍ର ମହାପାତ୍ର, ପୂର୍ବତନ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ, ଉପଦେଷ୍ଟା ଇଂ. ବିନୋଦ କୁମାର ପାଢ଼ୀ,ଗଞ୍ଜାମ ବଡ଼ବଜ଼ାର ବ୍ୟବସାୟୀ ସଙ୍ଘ ସଭାପତି ଗୋରୀଶଙ୍କର ବାରିକି, ସମାଜସେଵୀ ଆଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ, ଭରସା ସମ୍ପାଦକ ଦୁର୍ଗାମାଧବ ପାଣିଗ୍ରାହୀ, ସମାଜସେବି ମନମୋହନ ମହାପାତ୍ର, ସନ୍ତୋଷ ଆଚାର୍ଯ୍ୟ,କାଉନସିଲର ଅରୁଣ କୁମାର ପଣ୍ଡା,ବରିଷ୍ଠନଗରିକ ଲକ୍ଷ୍ମୀଚରଣ ଦାସ, ବ୍ରଜପାଣିଗହୀ, ବିପ୍ର ଚରଣ ମହାପାତ୍ର,ପ୍ରମୋଦ କୁମାର ବ୍ରହ୍ମା,ବସନ୍ତ ସାବତ, ତ୍ରିନାଥ ପଣ୍ଡା, ପ୍ରକାଶ ପଣ୍ଡା , ଉତ୍ତମ ପଣ୍ଡା, ଶରତ ପଣ୍ଡା, ବ୍ରଜପାଢ଼ୀ, ରବିପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ଥିଲେ l