ପୁରୀ ବାସେଳି ସାହିରେ ବୋମାମାଡ
ପୂୁରୀ , ପୁରୀ ସହରର ବାସେଳି ସାହିରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଛି । ବୋମା ମାଡରେ ଶିବରାମ ପାତ୍ରା ନାମକ ଜଣେ ଯୁବକ ଆହାତ ହୋଇଛନ୍ତି । ଯୁବକଙ୍କୁ ଆହାତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ଖବର ଅନୁଯାୟୀ ଶିବରାମ ପାତ୍ରା ବାସେଳି ରାସ୍ତାରେ ଯାଉଥିବା ସମୟରେ ବାଇକରେ ୩ ଦୁବୁର୍ତ୍ତ ଆସି ଶିବରାମ ଙ୍କ ଉପରକୁ ବୋମାମାଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ବୋମାମାଡ ପରେ ଅଂଚଳବାସୀ ଆତଙ୍କିିତ ହୋଇଯାଇଛନ୍ତି । କାରଣ କିଛି ଦିନ ହେଲା ପୂୁରୀରେ ଅପରାଧ ବଢିବାରେ ଲାଗିଛି । ପୋଲିସ ତରଫରୁ େ କ÷ାଣସି ଆବଶ୍ୟକିୟ କାର୍ଯ୍ୟନୁଷ୍ଠାନ ଅପରାଧି ମାନଙ୍କ ଉପରେ ଗ୍ରହଣ କରାଯାଉନଥିବା ଯୋଗୁଁ ଅଂଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।