ପୁରୀ ରଥଯାତ୍ରାରେ : ସମାଜ ସେବା କ୍ଷେତ୍ରରେ ଇଫକୋର ଆଉ ଏକ ନିଦର୍ଶନ

ପାରାଦୀପ, (ପୀତବାସ ପ୍ରଧାନ) :-ପାରିପାର୍ଶିକ ଉନ୍ନୟନ ଓ ସମାଜ ସେବା କ୍ଷେତ୍ରରେ ନିଜର ପ୍ରସିଦ୍ଧି ଲାଭ କରି ସାରିଛି ଇଫକୋ ପାରାଦୀପ ୟୁନିଟ୍ । ପୁରୀର ଶ୍ରୀମନ୍ଦିରକୁ ଆସୁଥିବା ଦିବ୍ୟାଙ୍ଗ, ବୟସ୍କ ଭକ୍ତମାନଙ୍କ ନିମନ୍ତେ ହାତ ବାଡି ଯୋଗାଇ ସାରିଥିବା ଏହି ସୁନାମଧନ୍ୟ ବୃହତ ସମବାୟଭିତ୍ତିକ ସାର ଉତ୍ପାଦନକାରୀ ସଂସ୍ଥା ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଆଉ ଏକ ପାଦ ଆଗକୁ ବଢିଛି । ଚଳିତ ବର୍ଷ ଶ୍ରୀଜୀୟୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଲକ୍ଷଲକ୍ଷ ଭକ୍ତମାନଙ୍କୁ ଦୈନିକ ତିନି ବେଳା ମାଗଣାରେ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରି ଭକ୍ତମାନଙ୍କ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛି । ପୁରୀର ଶରଧାବାଲି ଠାରେ ଇଫକୋ ପକ୍ଷରୁ ଏକ ମାଗଣା ପ୍ରସାଦ ବଣ୍ଟନ ଷ୍ଟଲ୍ ଖୋଲାଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଏଠାରେ ଦିନକୁ ତିନି ବେଳା ମାଗଣାରେ ପ୍ରସାଦ ଖାଇପାରୁଛନ୍ତି । ଇଫକୋ ପକ୍ଷରୁ ଏହି ସେବା ବାହୁଡା ଯାତ୍ରା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଇଫକୋର ସହକାରୀ ପ୍ରବନ୍ଧକ(ପ୍ରଶାସନ) ପ୍ରସନ୍ନ କୁମାର ବେଉରା ସୂଚନା ଦେଇଛନ୍ତି । ଏଥି ସହିତ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ବ୍ୟାଟେରୀ ଚାଳିତ ଯାନ ପ୍ରଦାନ କରାଯାଇଛି । ପୁରୀର ଏକ ପ୍ରତିଷ୍ଠିତ ସ୍ୱେଛାସେବୀ ଅନୁଷ୍ଟାନ ସେଣ୍ଟର ଫର ଆକ୍ସନ ଏହି ଗାଡି ପରିଚାଳିତ ହେବ । ପ୍ରତିଦିନ ଜଗା ଦର୍ଶନ ନିମନ୍ତେ ଆସୁଥିବା ବୟସ୍କ, ଦିବ୍ୟାଙ୍ଗ ଭକ୍ତମାନେ ଏହି ଯାନରେ ବସି ମହାପଭ୍ରୁଙ୍କ ଦର୍ଶନ ନିମନ୍ତେ ମାଗଣାରେ ଅତି ସୁନ୍ଦର ଭାବେ ଯାଇପାରିବେ । ଏହି ଦୁଇ ଗୋଟି କାର୍ଯ୍ୟକ୍ରମକୁ ଇଫକୋର ନିର୍ଦ୍ଦେଶକ କେ.ଜେ.ପଟେଲ୍ ଉଦଘାଟନ କରିଥିଲେ । ଇଫକୋ ଜ୍ୟୋତି ଲେଡିଜ୍ କ୍ଲବ୍‌ର ସଭାନେତ୍ରୀ ମମତାବେନ୍ ପଟେଲ୍‌, ଇଫକୋର ବରିଷ୍ଠ ପ୍ରବନ୍ଧକ(ଅର୍ଥ) ସୁରେଶ ଗୋଏଲ୍‌, ଶଶି ଗୋଏଲ୍‌,ବଳଭଦ୍ରଙ୍କ ବାଡଗ୍ରାହୀ ବିନାୟକ ଦାସମହାପାତ୍ର, ଦଇତାପତି ଅନନ୍ତ ଦାସମହାପାତ୍ର,ବରିଷ୍ଠ ପୋଲିସ୍ ଅଧିକାରୀ ଯୁଗଳ କିଶୋର ସ୍ୱାଇଁ,ସୁଶୀଲ କୁମାର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଇଫକୋର ସହକାରୀ ପ୍ରବନ୍ଧକ(ପ୍ରଶାସନ) ପ୍ରସନ୍ନ କୁମାର ବେଉରା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ