ପୁରୁଣା ଏକ ଟଙ୍କିଆ ବଦଳରେ ହୋଇପାରିବେ କୋଟିପତି!
ଯଦି ନିଜ ପାଖରେ ପୁରୁଣା ଏକ ଟଙ୍କିଆ ନୋଟ୍ ରହିଛି ତେବେ ରାତାରାତି ହୋଇପାରିବେ କୋଟିପତି । ସୋସିଆଲ୍ ମିଡିଆରେ ଏଭଳି ଏକ ଖବର ଭାଇରାଲ୍ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା, ଏହାର ପ୍ରକୃତ ରହସ୍ୟଟି କ’ଣ?
ଇ-କମର୍ସ ୱେବ୍ସାଇଟ୍ ‘ଇବେ’ରେ ମଣ୍ଡେକ୍ ସିଂହ ଆଲ୍ହୁୱାଲିଆଙ୍କ ଦସ୍ତଖତ ଥିବା ଏକ ଟଙ୍କିଆ ନୋଟ୍କୁ ୧୧ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି । ସୂଚନା ମୁତାବକ, ଇବେ ୱେବ୍ସାଇଟ୍ରେ ବିପୁଳ ପରିମାଣର ନୋଟ୍ ଉପରେ ନିଲାମ ଲଗାଯାଇଥାଏ । ଯିଏ ଯେତେ ଅଧିକ ପରିମାଣରେ ଏହି ଟଙ୍କାର ନିଲାମ ଡାକିବ, ତାଙ୍କୁ ଏହି ନୋଟ୍ଗୁଡ଼ିକ ପ୍ରଦାନ କରାଯିବ । ଏହିଭଳି ଭାବରେ ପାଖାପାଖି ଏକ ଜହାର ଟଙ୍କାର ନୋଟ୍ ମଧ୍ୟ ଏହି ୱେବ୍ସାଇଟ୍ରେ କରାଯାଉଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହାର ବାସ୍ତବିକ ମୂଲ୍ୟ ରହିଛି ଏକ କୋଟି ଟଙ୍କା । ବିକ୍ରି କରିବା ଲୋକଙ୍କ ଦାବି ହେଉଛି ଯେ, ଏହି ନୋଟ୍ର ପ୍ରିଣ୍ଟିଂ ସମୟରେ ତା’ ଉପରେ କାଳି ପଡ଼ିଯାଇଥିଲା । ଏଥିସହ ଏହାର ସିରିଏଲ୍ ନମ୍ବର ମଧ୍ୟ ଦୁର୍ଲ୍ଲଭ ।
ଇବେରେ ହିଁ ୧୦୦ ଟଙ୍କାର ଦୁଇଟି ନୂଆ ନୋଟ୍ ୨ ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି ହେବାକୁ ଯାଉଛି । ଏହି ନୋଟ୍ର ବିଶେଷତ୍ୱ ହେଲା ଯେ, ଏହାର ସିରିୟଲ୍ ନମ୍ବରର ଶେଷରେ ୭୮୬ ଏବଂ ୬ଟି ଶୂନ ରହିଛି । ଖାଲି ସେତିକି ନୁହେଁ, ଏଥିସହ ସେଠାରେ ବିକ୍ରି କରାଯାଉଥିବା କିଛି ନୋଟ୍ ମଧ୍ୟ ଭିନ୍ନ ଶ୍ରେଣୀର ଅଟେ । ଏହି ନୋଟ୍ଗୁଡ଼ିକରେ ମିସ୍ପ୍ରିଣ୍ଟ୍ ହୋଇଥିବା ନୋଟ୍ ମଧ୍ୟ ସାମିଲ ରହିଛି । ଅନେକ ନୋଟ୍ରେ ସିରିୟଲ୍ ନମ୍ବର ମଧ୍ୟ ନାହିଁ । ତେବେ ଏଭଳି ନୋଟ୍ଗୁଡ଼ିକର ମଧ୍ୟ ଲକ୍ଷେ ଟଙ୍କା ରହିଛି । ଯଦି ଏଭଳି ପ୍ରକାରର ନୋଟ୍ ଆପଣଙ୍କ ପାଖରେ ରହିଛି, ତେବେ ଆପଣ ମଧ୍ୟ ଇ-କମର୍ସ ୱେବ୍ସାଇଟ୍ ଇବେ ଜରିଆରେ ଘରେ ବସି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ ।


