ସାଥୀ ସହ ମିଶି କରନ୍ତୁ ବ୍ୟାୟାମ

ଯଦି ଆପଣଙ୍କ ପାର୍ଟନର ଓ ଆଉ ଆପଣ ଦୁହେଁ ଯାକ ହେଲଥ ଲିଭିଙ୍ଗ ଓ ଫିଟନେସକୁ ନେଇ ବେଶ ସଚେତନ ତାହା ହେଲେ ମର୍ଣ୍ଣି ୱାକ ଓ ବ୍ୟାୟାମ କଲା ବେଳେ ଏକାକୀ କରନ୍ତୁ ନାହିଁ । ଦୁହେଁ ସାଥୀ ହୋଇ କରନ୍ତୁ । ଏହାର ଅନେକ ଫାଇଦା ଅଛି । ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ମଧ୍ୟ ଆହୁରି ମଜଭୁତ ହେବ ।ବ୍ୟାୟାମ କଲେ ଆମର ସକାରାତ୍ମକ ଚିନ୍ତାଧାରା ବଢ଼େ । ଆତ୍ମବିଶ୍ୱାସ ବଢ଼େ । ପାର୍ଟନରଙ୍କ ସହିତ ମିଶି ବ୍ୟାୟାମ କଲେ ଆପଣଙ୍କ ଶରୀରକୁ ମିଳୁଥିବା ଫାଇଦା ଆପଣଙ୍କ ସମ୍ପର୍କରେ ପ୍ରତିଫଳିତ ହେଉ । ସେଥିରୁ ଗୋଟିଏ ହେଉଛି ପରସ୍ପର ପ୍ରତି ଆକର୍ଷଣ । ସହଜରେ କହିବାକୁ ଗଲେ ସାଙ୍ଗ ହୋଇ ବ୍ୟାୟାମ କଲେ ଦୁଇ ଜଣଙ୍କ ମଧ୍ୟରେ ଉତ୍ସାହ ଓ ଜୋସ୍ ବଢ଼େ ।ଆପଣ ସକାଳେ ଏକୁଟିଆ ଚାଲିବାକୁ ଗଲେ ଶରୀର ଓ ମନକୁ ଯେତିକି ଫାଇଦା ମିଳେ ସାଙ୍ଗରେ ପାର୍ଟନର ଥିଲେ ତାହା ଦ୍ୱିଗୁଣିତ ହୁଏ ।ଏକତ୍ର ବ୍ୟାୟାମ କଲେ ଆପଣଙ୍କ ମଧ୍ୟରେ ଥିବା ଦୂରତା ହଟିଯିବ ଓ ଭଲ ପାଇବା ବଜାୟ ରହିବ ।ଆପଣଙ୍କ ମଧ୍ୟରେ ଭାବନାତ୍ମକ ସମ୍ପର୍କ ଦୃଢ଼ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ