ପୁରୁଣା କାମରେ ନୂଆ ଫଳକ : ଲକ୍ଷ ଲକ୍ଷ ସରକାରୀ ଟଙ୍କାକୁ ଆତ୍ମସାତ – ଆଚ୍ଛାସଙ୍ଗଠନ
ବାଲେଶ୍ୱର, (ସରୋଜ ପଣ୍ଡା) :-ଫଳକରେ ଅଛି ବୋଇତା ହନୁମାନ ମନ୍ଦିର ଠାରୁ ବିଦୁ ସିଂହ ଛକ ପର୍ଯ୍ୟନ୍ତ ଗାର୍ଡୱାଲ ଓ ରାସ୍ତା ମରାମତି କାର୍ଯ୍ୟ ; ଯାହାର ଅଟକଳମୂଲ୍ୟ ସମୁଦାୟ ସାଢ଼େ ସାତଲକ୍ଷ ଟଙ୍କା । ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ରେମୁଣାବ୍ଲକ ଅନ୍ତର୍ଗତ ମହରାଜପୁର ଗ୍ରାମ ପଞ୍ଚାୟତ କଥା ।ଏହି ପ୍ରକଳ୍ପର ସମୁଦାୟ ଦୂରତା ୨୦୦ ମିଟର । ଗ୍ରାମବାସୀ ମାନଙ୍କର ଅଭିଯୋଗକି ଏକ ଲକ୍ଷ ଟଙ୍କାର ନୂତନ ରାସ୍ତା ନିର୍ମାଣ ହେଲେ ମୋଟ କାର୍ଯ୍ୟ ହୁଏ ୯୦୦ ଘନ ଫୁଟ ଅର୍ଥାତ ଯଦି ଏକ ଫୁଟ ଉଚ୍ଚତାରେ କାର୍ଯ୍ୟହେବ ଆଉ ୧୦ ଫୁଟ ଉଷାର ରହିବ ତାହାଲେ ଲମ୍ୱହେବ ୯୦ ଫୁଟ ଯାହାକି ପ୍ରାୟତଃ ୨୭.୨୭ ମିଟରର ରାସ୍ତା । ସେହି ଅନୁସାରେ ସାଢ଼େସାତଲକ୍ଷ ଟଙ୍କାରେ ୧୦ ଫୁଟ ଉଷାରର ନୂତନ ରାସ୍ତା ହୋଇପାରିବ ୨୦୫ ମିଟର । ମାତ୍ର ଫଳକ ଅନୁସାରେ ପୂର୍ବରୁ ସେଠାରେ ରାସ୍ତା ଥିଲା ଏବେ ଖାଲି ମରାମତି କରାଯାଇଛି ଏବଂ ଗାର୍ଡୱାଲ କରାଯାଇଛି । ଆଚ୍ଛାସଙ୍ଗଠନର ପ୍ରଦେଶ ସଭାପତିବିସ୍ମିତ ରଞ୍ଜନ ଦାସ କହିଛନ୍ତି କି ଏହି କାର୍ଯ୍ୟରେ କଉଠିବି ୱାଲ କୁ ଗାର୍ଡ ଦେବା ପାଇଁ କିଛିବି କରାଯାଇ ନାହିଁ ଏବଂ ପୁରୁଣା କାର୍ଯ୍ୟ ଉପରେ ଖାଲି ଅଳ୍ପ ମରାମତି କରି ସମ୍ପୁର୍ଣ୍ଣ ଭାବରେ ନୂତନ କାର୍ଯ୍ୟର ବିଲ କରାଯାଇଛି । ଆହୁରି ମଧ୍ୟ କହିଛନ୍ତିକି ଏକ ଲକ୍ଷ ଟଙ୍କାରୁ କମ ଖର୍ଚ୍ଚ କରି ବଳକାଟଙ୍କାକୁ ଆତ୍ମସାତ କରାଯାଇଛି । ଏଣୁ ସେ ଏହି ବାବଦରେ ଆଗାମୀ ଦିନରେ ଭିଜିଲାନ୍ସ ର ଆଶ୍ରୟ ନେବେ । ବର୍ତ୍ତମାନର ସରପଞ୍ଚ ଶରତଚନ୍ଦ୍ର ପାଣି ମଧ୍ୟ ସମାନ କଥାକ ହିଛନ୍ତିକି ଏହି ଦୁର୍ନୀତିରେ ପୂର୍ବତନ ସରପଞ୍ଚ ଏବଂ ବିଭାଗୀୟ ସମସ୍ତ କତ୍ତୃପକ୍ଷ ଭାଗିଦାରୀ ରହିଛନ୍ତି ବୋଲି । ଅପରପକ୍ଷରେ ରେମୁଣା ବ୍ଲକ ଜେଇ ମହେନ୍ଦ୍ର ସାମଲ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଏବେ ଅପେକ୍ଷା ରହିଲା ଏହା ବାବଦରେ ଉଚ୍ଚ ସ୍ତରୀୟ ତଦନ୍ତ କରି କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଅଛି ।