ଶିକ୍ଷାବିତ୍ ରଜତକରଙ୍କ ମୃତ୍ୟୁରେ ଶିକ୍ଷକ ସଂଘର ଶୋକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ବିଶିଷ୍ଟ ସାହିତ୍ୟିକ ଶିକ୍ଷାବିତ ତଥା ସଂସ୍କୃତି ପ୍ରେମୀ ରଜତ କରଙ୍କ ମୃତ୍ୟୁରେ ସ୍ଥାନୀୟ ଗଜପତି ଜିଲ୍ଲା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଗଞ୍ଜାମ-ଗଜପତି ଶିକ୍ଷାମଣ୍ଡଳାଧିଶ ରୂପେ ଶିକ୍ଷାର ବିକାଶ ଦିଗରେ ସ୍ୱର୍ଗତ କରଙ୍କ ଅବଦାନ ଅତୁଳନୀୟ । ତାଙ୍କର ବିୟୋଗରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବାଳାନନ୍ଦ ରଥ, ବିନୋଦଚନ୍ଦ୍ର ଜେନା, ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଗଭୀର ଶୋକ ପ୍ରକଟ କରିବା ସହ ଜଣେ ଉତ୍ତମ ଶିକ୍ଷା ପରାମର୍ଶ ଦାତାଙ୍କୁ ହରାଇଲା ବୋଲି ମତ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ