ପୁରୁଣା ସିଆରସିସି ଙ୍କୁ ବିଦାୟ ଏବଂ ନୂତନ ସିଆରସିସି ଙ୍କୁ ସ୍ବାଗତ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଦୀର୍ଘ ଦିନ ପରେ ଠୁରୁବୁରାଈ କ୍ଲଷ୍ଟରର ପ୍ରଥମ ବଣଭୋଜି ଶିକ୍ଷକ ବିଜୟ କୁମାର ପାଢୀ ଙ୍କ ଅଧ୍ୟକ୍ଷତାରେ ବୁଗୁଡା ସ୍ଥିତ ବୁଦ୍ଧଖୋଲ ଠାରେ ଅନୁଷ୍ଠିତ ହୋଈଯାଈଛି। ଏହି ଅବସରରେ ଠୁରୁବୁରାଈ କ୍ଲଷ୍ଟରରେ କାର୍ଯ୍ୟରତ ପୂର୍ବତନ ସିଆରସିସି ବିଶ୍ବଜିତ ଦାସଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଈଥିବା ବେଳେ ନବନିଯୁକ୍ତ ସିଆରସିସି ପପୁନ ପାଣିଗ୍ରାହୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଈ ସ୍ବାଗତ କରାଯାଇଥିଲା। ଏଥିସହିତ ଠୁରୁବୁରାଈ କ୍ଲଷ୍ଟରରେ ନୂତନ ଭାବେ ଯୋଗ ଦେଈଥିବା ଶିକ୍ଷକ ଶିକ୍ଷୟିତ୍ରୀ ଯଥା ସାନୁ କୁମାର ସ୍ବାଈଁ, ରଶ୍ମିତା ରାଉତ, ଜ୍ୟୋତିର୍ମୟୀ ରାଉତ, ବସୁମତୀ ଗୌଡ, ପ୍ରଣବ କୁମାର ପ୍ରଧାନ ଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ବଣଭୋଜି କାର୍ଯ୍ୟକ୍ରମ କୁ ଶିକ୍ଷକ ଅଶୋକ ସାହୁ, ବିଶ୍ବଜିତ ଦାସ, ପପୁନ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିବା ସହ କାର୍ଯ୍ୟକ୍ରମ କୁ ସଫଳତା ର ସହ ସମ୍ପାଦନ କରିଥିଲେ।


