ପୁରୁଣା ସ୍ମୃତିକୁ ସାଉଁଟିଲେ ବାଲ୍ୟବନ୍ଧୁ ହରିହର ହାଇସ୍କୁଲର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ହରିହର ହାଇସ୍କୁଲର ୧୯୮୧ବ୍ୟାଚର ବହୁ ବାଲ୍ୟ ବନ୍ଧୁ ସ୍ଥାନୀୟ ହରିହର ହାଇସ୍କୁଲ ପରିସରରେ ମିଳିତ ହୋଇ ସେମାନଙ୍କର ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଛି । ଆସିକା ହରିହର ହାଇସ୍କୁଲରେ ୧୯୮୧ ମସିହାରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ସତ୍ୟନାରାୟଣ ରଥ, କିଶୋର ଚନ୍ଦ୍ର ପାଣିଗ୍ରାହୀ, ସୁମନ୍ତ କୁମାର ସେନାପତି, ପ୍ରସନ୍ନ କୁôମାର ପାଣିଗ୍ରାହୀ, ଅଶୋକ କୁମାର ପାଢୀ, ସୁରେନ୍ଦ୍ରନାଥ ବେହେରା, କାଳୁଚରଣ ମହାନ୍ତି, ତାରାପ୍ରସାଦ ମିଶ୍ର, ପି.ପ୍ରଭାକର ପାତ୍ର, ରବିନ୍ଦ୍ରନାଥ ମିଶ୍ର, କୈଳାଶ ଆଚାର୍ଯ୍ୟ, ଏସ୍.ଭାସ୍କର ଆଚାରୀ, କୈଳାଶ ଚନ୍ଦ୍ର ସ୍ୱାଇଁ, କେ.ଦୁର୍ଗାପ୍ରସାଦ ଆଚାରୀ, ତ୍ରିନାଥ ଜେନା, ରତିକାନ୍ତ ପଣ୍ଡା, ଗଜେନ୍ଦ୍ରନାଥ ପାତ୍ର, ହିମାଂଶୁ ଶେଖର ପାଢୀ, ମନୋଜ କୁମାର ପାଢୀ, ବଂଶୀଧର ବେହେରାଙ୍କ ସମେତ ବହୁ ଛାତ୍ର ଏକଜୁଟ ହୋଇ ସେମାନଙ୍କର ପିଲାଦିନର ସ୍ମୃତି ସାଉଁଟିବା ସହ ଆଗାମୀ ଦିନରେ ସବୁ ସମୟରେ ଏକଜୁଟ ହୋଇ ସମାଜ ସେବା କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଦୀର୍ଘ ୪୩ବର୍ଷ ପରେ ୧୯୮୧ ବ୍ୟାଚର ପୁରାତନ ଛାତ୍ର ମାନେ ଏକଜୁଟ ହୋଇଥିବା ଯୋଗୁଁ ଖୁସିରେ ବିଭୋର ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଞ୍ଚଳର ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଆସିକା ହରିହର ହାଇସ୍କୁଲକୁ ଇତି ମଧ୍ୟରେ ୧୦୦ବର୍ଷ ପୁରି ଯାଇଥିଲା ବେଳେ ବହୁ ଛାତ୍ର ଛାତ୍ରୀ ଭଲ ପାଠପଢି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଥିଲା ବେଳେ ଗୋଟିଏ ଛାତ ତଳେ ୧୯୮୧ ବ୍ୟାଚର ବିଦ୍ୟାର୍ଥୀଙ୍କ ମହାମିଳନ ହୋଇଥିବା ଦେଖିବାକୁ ମିଳିଥିଲା । ହରିହର ହାଇସ୍କୁଲରେ ଶିକ୍ଷାଜୀବନ କଟାଇଥିବା ଛାତ୍ର ମାନେ ପୁରୁଣା ଦିନର ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ୧୯୮୧ ବ୍ୟାଚର ପୁରାତନ ଛାତ୍ରମାନେ ସେମାନଙ୍କର ପରଲୋକାଗତ ବନ୍ଧୁ ଓ ଶିକ୍ଷକଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ସେହି ବ୍ୟାଚ୍ର ଛାତ୍ରଛାତ୍ରୀ ମାନେ ଯିଏ ଯେଉଁ ସ୍ତରରେ ଥିଲେ ବି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହ ଅସୁବିଧାରେ ପଡିଥିବା ସହପାଠୀଙ୍କୁ ମିଳିତ ଭାବେ ସହଯୋଗର ହାତବଢାଇବାକୁ ଆଲୋଚନା କରାଯାଇଥିଲା । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଟିତ ଥିବା ୧୯୮୧ ବ୍ୟାଚ୍ର ବନ୍ଧୁ ମାନେ ନିଜନିଜର ପାରିବାରିକ ସ୍ଥିତି, କର୍ମକ୍ଷେତ୍ରର ଅନୁଭୁତି ବଖାଣିବା ସାଙ୍ଗକୁ ଏହି ପୁରାତନ ଶିକ୍ଷାନୁଷ୍ଟାନର ସର୍ବାଙ୍ଗୀନ ଉନ୍ନତି ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା ।


