ପୁରୁଷରେ ବାରିପଦା,ମହିଳାରେ ରାଇରଙ୍ଗପୁର ରନର୍ସ ଅପ୍

ରାଇରଙ୍ଗପୁର:ବହୁ ଚର୍ଚ୍ଚିତ ଏସଡିସି ଫୁଟବଲ କପ୍ ପୁରୁଷ ଓ ମହିଳା ଫାଇନାଲ ଖେଳ କଟକ ବାରବାଟି ଷ୍ଟାଡିୟମରେ ଉଦଯାପିତ ହୋଇଯାଇଛି । ଏଥିରେ ପୁରୁଷ ବିଭାଗରେ ସୁନ୍ଦରଗଡ଼ ଟିମ୍ ବାରିପଦା ଟିମକୁ ୪/୧ ରେ ପରାସ୍ତ କରିଥିବାବେଳେ ମହିଳା ବିଭାଗରେ ସୁନ୍ଦରଗଡ଼ ଟିମ୍ ରାଇରଙ୍ଗପୁର ଟିମକୁ ୨/୦ ରେ ପରାସ୍ତ କରି ଉଭୟ ବର୍ଗର ଚମ୍ପିୟାନ ହୋଇଛି । ମହିଳା ରେ ରାଇରଙ୍ଗପୁର ରନର୍ସ ଅପ୍ ଏବଂ ପୁରୁଷ ବିଭାଗରେ ବାରିପଦା ରନର୍ସ ଅପ୍ ହୋଇଛି । ରାଇରଙ୍ଗପୁର ଟିମ୍ ମହିଳା ଫୁଟବଲ ରେ ଦିଗି ମାଝୀ ମେନ୍ ଅଫ ଦି ଟୁର୍ଣ୍ଣାମେଣ୍ଟ ହାତେଇଥିବାବେଳେ ପୁରୁଷ ବିଭାଗରେ ବାଗରାୟ ହେମ୍ବ୍ରମ ବେଷ୍ଟ ଗୋଲ କିପର ହୋଇଛନ୍ତି। ରାଇରଙ୍ଗପୁର ମହିଳା ଟିମ୍ ରନର୍ସ ଅପ୍ ହୋଇଥିବାରୁ ଅଂଚଳରେ କ୍ରୀଡା ପ୍ରେମୀ ମାନେ ଖୁସି ମନାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ