ପୁରୁଷୋତ୍ତମପୁର ବ୍ଲକ ରେ ଯୋଗଦେଲେ ନୂଆ ବିଡ଼ିଓ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରେ ଆଜି ନୂତନ ବିଡ଼ିଓ ଭାବେ ମନୋଜ ନାୟକ ଦାୟିତ୍ଵ ଗ୍ରହଣ କରିଛନ୍ତି।ସେ ପୂର୍ବରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ରେ ବିଡ଼ିଓ ଭାବେ କାର୍ଯ୍ୟ କରି ଆସୁଥିଲେ। ଏହି ବ୍ଲକ ଦାୟିତ୍ଵ ରେ ଥିବା ବିଡ଼ିଓ ଙ୍କୁ ଶ୍ରୀ ନାୟିକ ଙ୍କ ସ୍ଥାନକୁ ବଦଳି ହୋଇଯାଇଛି।୨୬ ଗୋଟି ପଞ୍ଚାୟତ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ସହ ନରେଗା, ମିଶନ ଶକ୍ତି ,ଆବାସ ଯୋଜନା ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ନୂତନ ବିଡ଼ିଓ ଙ୍କୁ ଆସ୍କା ସାଂସଦୀୟ କ୍ଷେତ୍ର ର ଜୀବନ ବିନ୍ଦୁ ସହସଞ୍ଜୋଜକ ନିର୍ମଳ ଚନ୍ଦ୍ର ସାହୁ,ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ପାଣ୍ଡିଆ ସମିତି ସଭ୍ୟ ସିମାଞ୍ଚଳ ଗୈାଡ, ଲିଙ୍ଗରାଜ ବାରିକ,ରମେଶ ଦଳାଇ,ଆଛୁଲି ସରପଞ୍ଚ ସୁଧାକର ଗୈାଡ ପ୍ରମୁଖ ଜନପ୍ରତିନିଧି ମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।