ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳିତ

ହାଟଡିହି,(ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ରଥକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ପୁରୁଷ ବନ୍ଧ୍ୟାକରଣ ନିମନ୍ତେ ଏହି ରଥ ହାଟଡିହି ବ୍ଲକର ସମସ୍ତ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସଚେତନତା କରାଇବ ବୋଲି ଡାକ୍ତର ନାୟକ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ସଂଗ୍ରାମ ବ୍ରହ୍ମ, ବିପିଏମ ଚନ୍ଦନ କୁମାର ସାହୁ, ସୁପରଭାଇଜର ମଧୁସୁଦନ ସାମଲ, ଫାର୍ମାସିଷ୍ଟ ନିମାଇଁ ହେମ୍ରମ, କର୍ମଚାରୀ କୈଳାଶ ସୁବୁଦ୍ଧିଙ୍କ ସହିତ ଆଶା ଓ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ