ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପୁରୁଷ ଵନ୍ଧ୍ୟାକରଣ ପକ୍ଷ ପାଳନ ଉଦଘାଟିତ ହୋଇଯାଇଛି।ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ କମଳାକାନ୍ତ ସ୍ବାଇଁ ସଚେତନତା ରଥକୁ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନଭେମ୍ବର ୨୧ତାରିଖ ଠାରୁ ଡିସେମ୍ବର ୪ତାରିଖ ଯାଏଁ ସଚେତନତା ରଥ ଗ୍ରାମାଞ୍ଚଳରେ ଭ୍ରମଣ କରି ଲୋକଙ୍କୁ ପୁରୁଷ ଵନ୍ଧ୍ୟାକରଣ ସଂପର୍କରେ ସଚେତନ କରିବ। ଆଜି ଉଦଘାଟନ କାର୍ଯ୍ୟ କ୍ରମରେ ଡ. ଦେବଦତ୍ତ ପାଣିଗ୍ରାହୀ, ଅନିତାରାଣୀ ରାଉତ, ଲଲାଟ କିଶୋର ପାଢୀ, ମିନତି ଲତା ଦାସ, ନିର୍ମଳ ସେନ ପ୍ରମୁଖ ଉପସ୍ଥିତ ଥିଲେ ।