ପୁର୍ବତନ ଉପବାଚସ୍ପତିଙ୍କ ତତ୍ତ୍ୱାବଧାନରେ ଇଷ୍ଟକୋଷ୍ଟ ଜି.ଏମ୍ ଙ୍କୁ ଭେଟିଲଲେ ପ୍ରତିନିଧି ଦଳ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ରେଳଷ୍ଟେସନ ଠାରେ ପୂର୍ବରୁ ରହିଆସୁଥିବା ହୀରାଖଣ୍ଡ ଓ ତିରୁପତି ଏକ୍ସପ୍ରେସ ଦୁତଗାମୀ ଟ୍ରେନ ରହିବା ନେଇ ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବାର ଛଅ ମାସ ପୁରିବା ସ୍ୱତେ କୌଣସି ପଦକ୍ଷେପ ନେଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାହାକୁ ନେଇ ପୁର୍ବତନ ଉପବାଚସ୍ପତି ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଗଞ୍ଜାମ ସହରର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ର ଜେନେରାଲ ମ୍ୟାନେଜରଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଲୋଚନା ସମୟରେ ପୁର୍ବତନ ଉପବାଚସ୍ପତି ପଣ୍ଡା ଗଞ୍ଜାମ ଷ୍ଟେସନରେ ପୂର୍ବରୁ ରହିଆସୁଥିବା ଦୃତଗାମୀ ଟ୍ରେନ ହୀରାଖଣ୍ଡ ଓ ତିରୁପତି ଏକ୍ସପ୍ରେସ କୋଭିଡ଼ି କଟକଣା ଯୋଗୁଁ ବନ୍ଦ ରହିଥିଲା। ପରବର୍ତ୍ତୀ ସମୟରେ କୋଭିଡ଼ି କଟକଣା ଉଠାଯାଇଥିଲେ ମଧ୍ୟ ଉକ୍ତ ଦୁଇଟି ଟ୍ରେନ ପୂର୍ବରୁ ରହି ଆସୁଥିବା ସମସ୍ତ ଷ୍ଟେସନରେ ରହିଥିଲେ ମଧ୍ୟ ଗଞ୍ଜାମ ଷ୍ଟେସନରେ ରାହୀନଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅଵଗତ କରାଇଥିଲେ। ଏନେଇ କୌଣସି ପଦକ୍ଷେପ ନନେବାରୁ ପ୍ରତିବାଦସ୍ୱ ରୂପ ପୁର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀପାଢ଼ୀଙ୍କ ତତ୍ତ୍ୱାବଧାନରେ ଯୁବନେତା ସୁଦାମ ଜେନା,ବସନ୍ତ ସାହୁ ଙ୍କ ସମେତ ଦଳବଳ ନିର୍ବିଶେଷରେ ବିଭିନ୍ନ ବର୍ଗର ଲୋକ ଓ ମହିଳା ମେ ମାସ ୧୭ ତାରିଖରେ ଅଞ୍ଚଳବସି ରେଳରୋକ କରିଥିଲେ। ଘଟଣା ସ୍ଥଳରେ ଖୋର୍ଦ୍ଧା ରୋଡ଼ ଡି.ସି.ଏମ ପହଞ୍ଚି ଏକ ମାସ ମଧ୍ୟରେ ଟ୍ରେନ ରହିବା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରେଳ ରୋକ ଆନ୍ଦୋଳନରୁ ଓହରିଥିଲେ ଅଞ୍ଚଳବସି । ଏହି ପ୍ରତିଶ୍ରୁତି ଦେବାର ଛଅ ମାସ ବିତିଯାଇଥିଲେ ମଧ୍ୟ କୌଣସି ପ୍ରତିକାର ହୋଇନଥିବା ବେଳେ ଅଞ୍ଚଳବସି ପୁନର୍ବାର ରେଳରୋକ ପାଇଁ ସଜବାଜ ହୋଉଥିବା କହିବା ସହ ଦେଇଥିବା ପ୍ରତିଶ୍ରୁତି ରକ୍ଷାକରିବାକୁ କହିଥିଲେ।ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ତିନଟି ଡିଏମଯୁ ଟ୍ରନ ମଧ୍ୟରୁ ଗୋଟିଏ ଟ୍ରେନକୁ ଶ୍ରୀକ୍ଷେତ୍ର ପୁରୀ କୁ ଚଳାଚଳ କରିବା ପାଇଁ ଅନୁରୋଧ କରିଥିଲେ। ସମସ୍ତ ସମସ୍ୟା ଶୁଣିବା ପରେ ଜେନେରାଲ ମ୍ୟାନେଜର ଟ୍ରେନ ରହିବା ନେଇ ରେଳବୋର୍ଡ଼ ନିଷ୍ପତ୍ତି ନେବ। ଆପଣଙ୍କ ଦାବି ପୁର୍ବରୁ ରହୁଥିବା ଦୁଇଟି ଟ୍ରେନ ରହିବା ନେଇ ସୁପାରିଶ କରିବା ସହ ପୁରୀକୁ ଟ୍ରେନ ଚଳାଚଳ ନେଇ ଅଵଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନା ସମୟରେ ବରିଷ୍ଠ ନାଗରିକ ପରିଷଦର ଉପଦେଷ୍ଟା ତଥା ଗଞ୍ଜାମ ଏନଏସି ଅଧକ୍ଷାଙ୍କ ପ୍ରତିନିଧି ଇଂ.ଵିନୋଦ କୁମାର ପାଢୀ, ସଭାପତି ଲିଙ୍ଗରାଜ ପଟ୍ଟନାୟକ, ବିନୋଦ ଚନ୍ଦ୍ର ମହାପାତ୍ର, ରବୀନ୍ଦ୍ର କୁମାର ପଣ୍ଡା , ଗିରିଜା ଶଙ୍କର ମହାପାତ୍ର ଓ ପୁର୍ବତନ କାଉନସିଲର ଦୂର୍ଗା ମାଧଵ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।


