ପୁର୍ବତନ ପୁଲିସ ଡିଜି ଜନ୍ ନାୟକଙ୍କ ପରଲୋକ
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): ବରିଷ୍ଠ ପୁଲିସ ଅଧିକାରୀ ଜନ୍ ନାୟକଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି । କୋଭିଡ-୧୯ ଆକ୍ରାନ୍ତ ହୋଇ ତୋଙ୍କର ଦେହାନ୍ତ ହୋଇଥିବା ଖବର ଟ୍ୱିଟ୍ ଜରିଆରେ ସୁଚନା ଦେଇଛନ୍ତି ରାଜ୍ୟ ପୁଲିସ ଡିଜି ଅଭୟ । ମୃତ୍ୟ ବେଳକୁ ତାଙ୍କୁ ୭୮ବର୍ଷ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୂ ହୋଇଛି । ତାଙ୍କର ଘର କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଳକ ପେଟାପାଙ୍ଗା ପଂଚାୟତ ଅନ୍ତର୍ଗତ ପାଙ୍ଗାନାଜୁ ଗ୍ରାମର । ଟ୍ୱିଟ୍ ଜରିଆରେ ଡିଜି ଅଭୟ ସୁଚନା ଦେଇଛନ୍ତି କି ସ୍ୱର୍ଗତ ନାୟକ ୧୯୬୫ବ୍ୟାଚର ଆଇପିଏସ ଅଧିକାରୀ ଥିଲେ । ସେ ପୁଲିସ ସେବାରୁ ୨୦୦୨ରେ ଅବସର ଗ୍ରହଣ କରିଥିଲେ । ସେ ଅତ୍ୟନ୍ତ ଭଦ୍ର,ନମ୍ର,ଦୟାଳୁ ଓ ମେଳାପି ଥିଲେ । ସେ ବହୁ ସଂଗଠନରେ ଯୋଗ ଦେଇ କାର୍ଯ୍ୟଭାର ଗ୍ରହଣ କରିବା ସହ ସଦୁପଦେଶ ଦେଉଥିବାର ରାଇକିଆ ଅଂଚଳବାସୀଙ୍କ ଠାରୁ ଜଣାପଡିଛି । ତାଙ୍କର ପରଲୋକରେ ରାଇକିଆ ଅଂଚଳରେ ତାଙ୍କ ବନ୍ଧୁ ପରିଜନ ସମେତ ବୁଦ୍ଧିଜୀବି ମହଲରେ ଶୋକର ଛାୟା ଖେଳିଯାଇଛି ।