ପୁର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ନାମାଙ୍କନପତ୍ର ଦାଖଲ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକର ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଆଜି ଇଞ୍ଚୋଳ ପଞ୍ଚାୟତର ବିଜେଡି ସମଥିତ ସମିତିସଭ୍ୟା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ଗହଣରେ ଗାଁର ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବାପରେ ବ୍ଲକ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଗତ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ବ୍ଲକ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ । ଚଳିତ ନିର୍ବାଚନରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀଟି ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ସେ ଏଥର ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଅଛନ୍ତି ବୋଲି ଜଣାପଡିଛି । ଆଜି ତାଙ୍କ ସହିତ ପଞ୍ଚାୟତ ବିଜେଡି ସଭାପତି ଅଭିମନ୍ୟୁ ସେଠୀ, ସିତାଶୁଂ ପଣ୍ଡା, ନାରାୟଣ ଚନ୍ଦ୍ର ନାୟକ, ଉଦୟନାଥ ପଣ୍ଡା, ଅଭିରାମ ସ୍ୱାଇଁ, ପ୍ରମୋଦ ନାୟକ, ପ୍ରକାଶ ଚନ୍ଦ୍ର ସୁଆର, ରଙ୍ଗାଧର ମଲ୍ଲିକ, ସୁଦର୍ଶନ ନାୟକ, ଗୌରଚନ୍ଦ୍ର ପଣ୍ଡା, ଜଳଧର ଜେନା, ନୃଷିହଂ ଜେନା, ପ୍ରଫୁଲ ଜେନା, ସନ୍ୟାସୀ ଜେନା, ନାରାୟଣ ଜେନା, ଅନନ୍ତ ଗୋପାଳ ପଣ୍ଡା, ସୁବାସ ଚନ୍ଦ୍ର ମହାପାତ୍ର, ରମାକାନ୍ତ ମଲ୍ଲିକ, କିଶୋର ରାଉତ, ଇଶ୍ୱର ରାଉତ, ରବିନ୍ଦ୍ର ରାଉତ, ଭାଗ୍ୟଧର ସାମଲ, ରବିନ୍ଦ୍ର ମହାପାତ୍ରଙ୍କ ସମେତ ଅନେକ ସମର୍ଥକ ସାମିଲ ହୋଇଥିଲେ ।