ପୁର୍ବତ୍ତନ ବିଧାୟକ ବିଜେପି ନେତା ଜୟନାରାୟଣଙ୍କ ପାର୍ଥିବ ଶରୀରକୁ ଜିଲ୍ଲା ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ
ବାଲେଶ୍ୱର, (ସରୋଜ ପଣ୍ଡା) : ବହୁବିଧ ଶାରିରୀକ ଜଟିଳତାର ଶୀକାର ହୋଇ ଦୀର୍ଘ ସମୟରୁ ଚିକିତ୍ସିତ ହେଉଥିବା ବିଜେପି ନେତା ପୁର୍ବତ୍ତନ ବିଧାୟକ ଜୟନାରାୟଣ ମହାନ୍ତି ଆଜି ସକାଳେ ଭୁବନେଶ୍ବର ସ୍ଥିତ ଏମ୍ସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ଖବରପାଇବା ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମନରେ ଶୋକର ଛାୟା ଖେଳିଯାଇଛି। ଶ୍ରୀଯୁକ୍ତ ମହାନ୍ତିଙ୍କ ପାର୍ଥୀବ ଶରୀରକୁ ଭୁବନେଶ୍ଵରରୁ ପୈତୃକ ଗ୍ରାମ ନେବା ସମୟରେ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତା ମାନେ ଫକୀରମୋହନ ଗୋଲେଇ ଠାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଶୁଭଙ୍କର ମହାପାତ୍ର, ଶ୍ରୀନିବାସ ପ୍ରଧାନ, ମମତା ମହାପାତ୍ର, ଗୌରାଙ୍ଗ ଦାସ, ସୁଶାନ୍ତ ପଟନାୟକ, ବିଜୟ ସେଠୀ, ବିଜୟ ପାଣିଗ୍ରାହୀ, ସତ୍ୟଜିତ ମିଶ୍ର, ଅନୀଲ ମହାନ୍ତି ଇତ୍ୟାଦି ତାଙ୍କ ପାର୍ଥିବ ଶରୀରକୁ ବିଜେପି ପତାକାରେ ଆଚ୍ଛାଦିତ କରି ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ