ମାଣିତରା ହାଇ ସ୍କୁଲରେ ସାହିତ୍ୟ ସୃଜନୀ, କ୍ରୀଡାଙ୍ଗନ, ଜିଜ୍ଞାସା ଓ କୌଶଳୀ କ୍ଲବ ଉତ୍ସବ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସୃଜନୀ ପୁସ୍ତକ ମେଳା, କ୍ରୀଡାଙ୍ଗନ, ଜିଜ୍ଞାସା ଓ କୌଶଳୀ କ୍ଲବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର, ସମ୍ମାନୀୟ ଅତିଥି ଭାବେ ବୁଗୁଡା ଏବିଇଓ ସୀମାଞ୍ଚଳ ସେଠୀ,ଓ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ଅନୁପ କୁମାର ପଣ୍ଡା ଏବଂ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ଯୋଗ ଦେଇଥିଲେ। ଦଶମ ଶ୍ରେଣୀ ଛାତ୍ର ବେଦ ପାଠ କରିଥିଲେ। ଅତିଥି ବୃନ୍ଦ ନିଜବକ୍ତବ୍ୟରେ ନିଜର ମାତୃଭାଷା ଓଡ଼ିଆ ପ୍ରତି ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶାର ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରଶାର ପାଇଁ ସମସ୍ତେ ଚେଷ୍ଟା କରିବାକୁ କହିଥିଲେ। କ୍ରୀଡାର ବିକାଶ ପାଇଁ ଆଗ୍ରହୀ ହେବା, ନୂଆ କୌଶଳ ପ୍ରୟୋଗ କରି ନୂତନ ଜିନିଷ ନିର୍ମାଣ କରିବା ଓ ଜିଜ୍ଞାସା ଉପରେ ଅତିଥି ବୃନ୍ଦ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ସଭା ସମାପ୍ତି ପରେ ଅତିଥି ବୃନ୍ଦ ମେଳା ପରିଦର୍ଶନ କରିଥିଲେ। ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜକ ସହକାରୀ ଶିକ୍ଷକ ଦେବଦତ୍ତ କହଁର ସ୍ୱାଗତ ଭାଷଣ ସହ ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ସସ୍ମିତା ବେହେରା ଓ ସୁପ୍ରଭା ମହାପାତ୍ର ଏବଂ ଶିକ୍ଷକ ଜ୍ୟୋତି ପ୍ରକାଶ ପ୍ରଧାନ, ରଙ୍କନିଧି ସେଠୀ ଓ ପ୍ରଣବ ମହାନ୍ତ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ