ପୁର୍ବ ବିବାଦକୁ ନେଇ ଆକ୍ରମଣରେ ଜଣେ ଆହତ

ହାଟଡିହି,(ବିକାଶ ବିଶ୍ୱାଳ): ନନ୍ଦିପଦା ଥାନା ଶାଳଣିଆଁ ବଜାରରେ ବଳଭଦ୍ରପୁର ଗ୍ରାମର ପ୍ରଫୁଲ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଆକ୍ରମଣ କରି ଆହତ କରଥିବା ଅଭିଯୋଗ ହୋଇଛି । ଏନେଇ ନନ୍ଦିପଦା ଥାନାରେ ଗତ ୧ତାରିଖରୁ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇ ନଥିବା ପ୍ରଫୁଲ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ବଳଭଦ୍ରପୁର ଗ୍ରାମର ପ୍ରଫୁଲ ସେଠୀ ଗତ ୧ତାରିଖ ନୁଆବର୍ଷ ଦିନ ଶାଳଣିଆଁ ବଜାରକୁ ନଦିନ ୧୦ଟାବେଳେ ଧାନ ବିକିବାପାଇଁ ଯାଇଥିବାବେଳେ ବିଷ୍ଣୁପୁର ଗ୍ରାମର କୃଷ୍ଣ ବେହେରା, ମନ ଜେନାଙ୍କ ସମେତ ଆଉ ତିନିଜଣ ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହେବାସହ ସେ ତଳେ ପଡିଯାଇ ଚିତ୍କାର କରିବାରୁ ସ୍ଥାନୀୟ କିଛି ଲୋକ ଦୌଡି ଆସିବାରୁ ଅଭିଯୁକ୍ତମାନେ ଛାଡି ପଳାଇଥିଲେ । ପରେ ପ୍ରଫୁଲଙ୍କୁ ଶାଳଣିଆଁ ଓ ପରେ ଭଦ୍ରକ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଇଥିଲା । ଏନେଇ ପ୍ରଫୁଲ ଗତ ୧ତାରିଖରେ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି । କିନ୍ତୁ ଅଭିଯୁକ୍ତ ମାନେ ଖୁଲାମଖୁଲା ବୁଲୁଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିପାରୁ ନଥିବା ଓ ଅଭିଯୁକ୍ତମାନେ ପୁନଶ୍ଚ ଧମକ ଚମକ ଦେଉଥିବା ପ୍ରଫୁଲ ଅଭିଯୋଗ କରିଛନ୍ତି । ପୁଲିସ ଯଦି ତୁରନ୍ତ କୌଣସି ପଦକ୍ଷେପ ନନିଏ ତେବେ ଆନ୍ଦୋଳାନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ପ୍ରଫୁଲ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ