ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରତି ଆକ୍ରମଣ,ତିନି ଆହତ, ଜଣେ ଗୁରୁତର

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ଛକରେ ଛଅ ମାସ ତଳେ କୁଲାଙ୍ଗୀ ଗ୍ରାମର ଇଲାସ ରାଉତଙ୍କ ପୁଅ ଅଶ୍ୱିନୀ ରାଉତ(୨୪)ଙ୍କୁ କୁଲାଙ୍ଗୀ ହରିଜନ ସାହି ଛକରେ ଅଟକାଇ ଲାଠିପଡା ଗ୍ରାମ କିଛି ଯୁବକ ଆକ୍ରମଣ କରିଥିଲେ ।ସେହିଦିନଠାରୁ କୁଲାଙ୍ଗୀ ଓ ଲାଠିପଡାର କିଛି ଯୁବକଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା ।ଗତ ରବିବାର ରାତି ୧୦ ଟା ସମୟରେ ଲାଠିପଡା ଗ୍ରାମର ଜିତେନ୍ଦ୍ର ସ୍ୱାଇଁ, ରିଙ୍କୁ ଜେନା, କିଷାନ ଜେନା,ପିଙ୍କୁ ଜେନା ଏମାନଙ୍କ ସହ ଆଉ ଚାରିଜଣ ଯୁବକ ୪ଟି ବାଇକରେ ଆସି କୁଲାଙ୍ଗୀ ଗ୍ରାମର ଇଲାସ ରାଉତଙ୍କ ଘର କବାଟକୁ ଗୋଇଠା ମାରି କବାଟ ଖୋଲି ଯିବାରୁ ଘର ଭିତରେ ପଶି ଇଲାସ ସମେତ ତାଙ୍କ ଦୁଇ ଜାଆଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ କରିଥିଲେ ବୋଲି ବିଶ୍ୱନାଥଙ୍କ ସ୍ତ୍ରୀ ଇଲାସ ରାଉତ ଗାଙ୍ଗପୁର ଥାନାରେ ସୋମବାର ଥାନାରେ ଏହିପରି ଏତାଲା ଦେଇଛନ୍ତି ।ଲାଠିପଡାର ଜିତେନ୍ଦ୍ର ସ୍ୱାଇଁ କୁଲାଙ୍ଗୀ ଗ୍ରାମର କିଛି ବ୍ୟକ୍ତିଙ୍କ ନାମର ପାଲଟା ଅଭିଯୋଗ ଦେଇଛନ୍ତି ।ଜିତେନ୍ଦ୍ର ଏତାଲାରେ ଦେଇଥିବା ଅଭିଯୋଗ ପ୍ରକାରେ,ଜିତେନ୍ଦ୍ର ଓ ତାଙ୍କର କିଛି ସାଙ୍ଗ କୌଣସି କାମରେ କୁଲାଙ୍ଗୀ ଆସିଥିବା ବେଳେ ଅଶ୍ୱିନୀ ରାଉତଙ୍କ ସମେତ ଚାରିପାଞ୍ଚ ଜଣ ମିଶି ଠେଙ୍ଗା ଓ କାତିରେ ଆକ୍ରମଣ କରିଥିଲେ ।ଏଥିରେ ଜିତେନ୍ଦ୍ର ସ୍ୱାଇଁ ଗୁରୁତର ଆହତ ହୋଇ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିବା ବେଳେ ତାର ଦୁଇ ସାଙ୍ଗ ସାମାନ୍ୟ ଆହତ ହୋଇ ଭଞ୍ଜନଗର ରେ ଚିକିତ୍ସିତ ହୋଇଥିଲେ ବୋଲି ଏତାଲାରେ ଦର୍ଶାଇଛନ୍ତି ।ଉଭୟ ପକ୍ଷର ଏତଲାକୁ ପୋଲିସ ଗ୍ରହଣ କରିଥିବା ବେଳେ ଗାଙ୍ଗପୁର ଥାନାଧିକାରୀ ଙ୍କ ପ୍ରତିକ୍ରିୟାମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ