ପୁର ଠାରୁ ପଲ୍ଲୀ ଉଡ଼ିଲା ତ୍ରିରଙ୍ଗା

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପବିତ୍ର ୭୭ ତମ ସ୍ବାଧିନତାଦିବସ। ଉତ୍ସବମୁଖର ହୋଇ ପଡ଼ିଥିଲା ସହର ଠୁଁ ଗାଁ। ଘରେ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେ,ବିଦ୍ୟାଳୟ, କଲେଜରେ, ବିଭିନ୍ନ ଅନୁଷ୍ଠାନ,ରାଜନୈତିକ କାର୍ଯ୍ୟାଳୟ ରେ ଉଡ଼ିଥିଲା ତ୍ରିରଙ୍ଗା।ଜନ ଗଣ ମନ ଅଧି ନାୟକ ଜୟ ହେ…ଜାତୀୟ ସଙ୍ଗୀତ ରେ ପ୍ରକମ୍ପିତ ହୋଇପଡ଼ିଥିଲା ଗାଁ ଠୁଁ ସହର, ପୁର ଠାରୁ ପଲ୍ଲୀ। ବିଭିନ୍ନ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନେ ପ୍ରଭାତ ଫେରି କରିଥିବାବେଳେ ସ୍ଵାଧୀନତା ସଂଗ୍ରାମ ଓ ସଂଗ୍ରାମୀ ମାନଙ୍କ ସମ୍ପର୍କ ରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଚାରିଛକ ସାମ୍ୱାଦିକ ସଂଘ କାର୍ଯ୍ୟାଳୟ ଠାରେ ୭୭ତମ ସ୍ଵାଧିନତାଦିବସ ପାଳନ ହୋଇଥିଲା।ଚାରିଛକ ମହିଳା କଲେଜ ପରିଚାଳନା କମିଟି ସଭାପତି ଡ଼ଃ. ସନ୍ତୋଷ ମିତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଚାରିଛକ ଥାନା। ଆଇ ଆଇ ସି ମମତା ବିଶ୍ବାଳ, ବନବିହାରୀ ଦାଶ, କୃଷ୍ଣଚନ୍ଦ୍ର ରାଉତ,ପଣ୍ଡିତ ମୂରଲୀଧର ଭାରତୀ, ପ୍ରାଧ୍ୟାପକ ଗୋପୀନାଥ କର, ଶତ୍ରୁଘ୍ନ ପାତ୍ର (ଅଧୀନ), କାହ୍ନୁ ଚରଣ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ଚାରିଛକ ସାମ୍ୱାଦିକ ସଂଘ ସଭାପତି ପ୍ରଫୁଲ୍ଲ କର, ସମ୍ପାଦକ ବସନ୍ତ ଦାସ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଉପ ସଭାପତି ସନ୍ତୋଷ ଦାଶ,ପ୍ରଫୁଲ୍ଲ ସାହୁ, ସୌମ୍ୟରଂଜନ ତ୍ରିପାଠୀ,ବିଜୟ କୁମାର ବେହେରା, ମୃତୁଞ୍ଜୟ ମହାପାତ୍ର , ପ୍ରଶାନ୍ତ ସାହୁ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ