ପୁଲିସର ଧମକକୁ ନେଇ ଖେତୁଆଳି ଗ୍ରାମରେ ଉତ୍ତେଜନା

ହାଟଡିହି, (ବିକାଶ ବିଶ୍ୱାଳ):ପାରିବାରିକ କଳହକୁ ନେଇ ପୁଲିସ ଗ୍ରାମବାସୀଙ୍କୁ ଧମକ ଚ଼ମକ ଦେବା ଘଟଣାରେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଖେତୁଆଳି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ମହିଳାମାନେ ତଦନ୍ତ ପାଇଁ ଆସିଥିବା ପୁଲିସ ଅଧିକାରୀଙ୍କୁ ଦୀର୍ଘ ୨ଘଣ୍ଟା କାଳ ଅଟକ ରଖିବା ଚର୍ଚ୍ଚାର ବିଷୟ ହୋଇଛି। ଖେତୁଆଳି ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗ୍ରାମର ଜସୁଆ ଜେନା ଓ ସ୍ତ୍ରୀ ରଙ୍ଗ ଜେନାଙ୍କ ପରିବାରରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ସ୍ୱାମୀ ଜସୁଆ ତାଙ୍କ ସ୍ତ୍ରୀ ଓ ପୁଅକୁ ଅଣଦେଖା କରି ଘରେ ରଖାଇ ଦେଉ ନାହାନ୍ତି। ଏହାକୁ ନେଇ ସଂପୃକ୍ତ ମହିଳା ଜଣକ ତାଙ୍କ ପୁଅକୁ ଧରି ଘର ବାହାରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଅନେକଥର ଥାନାକୁ ଯାଇ ପୁଲିସ ନିକଟରେ ଗୁହାରୀ କରିଥିଲେବି ନ୍ୟାୟ ପାଇପାରୁ ନାହାନ୍ତି।ଗତକାଲି ପିଣ୍ଡଦାନ କାର୍ଯ୍ୟକୁ ନେଇ ସ୍ୱାମୀ ଓ ସ୍ତ୍ରୀ ଭିତରେ କଳହ ଲାଗିଥିବା ବେଳେ ସ୍ୱାମୀ ପିଟାମରା କରିଥିଲେ। ସ୍ତ୍ରୀ ରଙ୍ଗ ଏନେଇ ଗ୍ରାମର ଏସ ଏସ ଜି ଗୁପର ମହିଳାଙ୍କୁ ଡାକି ସହାୟତା ଲୋଡିଥିଲେ। ଏସ.ଏସ .ଜି ଗୁପର ମହିଳାମାନେ ଆସିବାରୁ ମହିଳାଙ୍କ ସ୍ୱାମୀ ଘର ଛାଡି ପଳାଇଥିଲେ । ମହିଳାମାନେ ବିବାଦର ସମାଧାନ ପାଇଁ ଉଦ୍ୟମ କରିବା ଚ଼େଷ୍ଟାକରି ବିଫଳ ହେବାରୁ ରଙ୍ଗଙ୍କୁ ଘରେ ଚାବିପକାଇବାକୁ କହିଥିଲେ। କିନ୍ତୁ ଜସୁଆ ଯାଇ ପୁଲିସର ଦ୍ଵାରସ୍ଥ ହୋଇଥିଲେ । ରାତିରେ ଥାନାର ମହିଳା ଏଏସଆଇ ସମେତ ଅନ୍ୟ ପୁଲିସ କର୍ମଚାରୀ ମାନେ ଗ୍ରାମରେ ପହଞ୍ଚି ସବୁ ମହିଳା ମାନଙ୍କୁ ଥାନାକୁ ଯିବାକୁ କହିବା ସହ ଧମକ ଚ଼ମକ ଦେବାରୁ ମହିଳାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ଏହି ନିର୍ଯ୍ୟାତିତ ମହିଳାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ପୁଲିସର ଏପରି ବ୍ୟବହାର ପାଇଁ ମହିଳାମାନେ ଉତେଜିତ ହୋଇ ପୁଲିସ ଗାଡି ଅଟକାଇବା ସହିତ ମହିଳା ଥାନା ଅଧିକାରୀଙ୍କୁ ଅଟକ ରଖିଥିଲେ। ଖବର ପାଇ ନନ୍ଦିପଦା ଥାନା ଆଇଆଇସି ଘଟଣାରେ ହସ୍ତକ୍ଷେପ କରିବାପରେ ଯାଇ ମହିଳାମାନେ ପୁଲିସ ଗାତ଼ିକୁ ଛାଡିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ