ପୁଲିସ କର୍ମଚାରୀଙ୍କ କରୋନା ଟେଷ୍ଟ
ପୁରୀ: ରଥଯାତ୍ରାରେ ସାମିଲ ପୁଲିସ କର୍ମଚାରୀଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି । ଗତକାଲି ରଥଯାତ୍ରାରେ ସାମିଲ ଥିବା ୧ ହଜାରରୁ ଅଧିକ ପୁଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଉଛି । ଗୋପବନ୍ଧୁ ଆୟୁର୍ବେଦ କଲେଜରେ ସାମ୍ପଲ ସଂଗ୍ରହ ଚାଲିଥିବା ଜଣାଯାଇଛି ।
କୋଭିଡ କଟକଣା ଭିତରେ ଗତକାଲି ପହଣ୍ଡି ସମୟରେ ଦଇତାପତି ସେବାୟତମାନେ ସାମାଜିକ ଦୂରତା ନରଖିଲେ ବି ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିଲେ ଏବଂ ପାଖରେ ସାନିଟାଇଜର ରଖିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି ଘଂଟୁଆମାନେ ମଧ୍ୟ ସାମାଜିକ ଦୂରତା ରକ୍ଷା କରି ଘଣ୍ଟ ବଜାଉଥିଲେ । ସୁପ୍ରିମକୋର୍ଟ ରଥଯାତ୍ରା ହେବା ନେଇ ଘୋଷଣା କରିବା ଆଉ ରଥ ଗଡିବା ମଧ୍ୟରେ ଥିବା କିଛି ଘଣ୍ଟା ମଧ୍ୟରେ ବେଶ ତତ୍ପରତାର ସହିତ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ ହେବା ସହିତ ରଥ ଗଡିଥିଲା ବଡଦାଣ୍ଡରେ । ଆଉ ପହଞ୍ଚିଥିଲା ଗୁଣ୍ଡିଚା ମନ୍ଦିରରେ ।