ପୂଜକ ବ୍ରାହ୍ମଣଙ୍କୁ ଆର୍ଥିକ ସହାୟତା ପ୍ରଦାନ ଦାବୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଗଣିଜାଙ୍ଗ ଶିବାଳୟ ପ୍ରାଙ୍ଗଣରେ ଭଦ୍ରକ ଜିଲା ବ୍ରାହ୍ମଣ ମହାସଭାର ଜରୁରୀ ବୈଠକ ସାମାଜିକ ଦୂରତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପଣ୍ଡିତ ବିଷ୍ଣୁ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ଗୌରାଙ୍ଗ ଚନ୍ଦ୍ର କର, ବନ୍ତ ବ୍ଲକ ସଭାପତି ରତ୍ନାକର ଦାଶ, କାର୍ଯ୍ୟକାରୀ ସଭ୍ୟ ତଥା ଗୋବିନ୍ଦପୁର ପଞ୍ଚାୟତର ପ୍ରକାଶ ଚନ୍ଦ୍ର ଦେବତା, ଗଣିଜାଙ୍ଗ ପଞ୍ଚାୟତର ରମେଶ ଚନ୍ଦ୍ର ପତି, କାଉପୁର ପଞ୍ଚାୟତର ରବିନ୍ଦ୍ର ପାଣିଗ୍ରାହୀ, ଦୈସିଂ ପଞ୍ଚାୟତ ସଭାପତି ନାରାୟଣ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ବର୍ତ୍ତମାନ ମହାମାରୀ କରୋନା ଲକ୍ ଡାଉନ୍ ପାଇଁ ମଠ, ମନ୍ଦିର ପୂଜକ ମାନଙ୍କ ସମସ୍ୟା ବୃଦ୍ଧି ପାଇଛି । ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇପଡିଛି । କାରଣ ଲକ୍ ଡାଉନ୍ ପରିସ୍ଥିତି ଯୋଗୁ ମଠ ଓ ମନ୍ଦିରକୁ କୌଣସି ଭକ୍ତ ଆସୁନାହାନ୍ତି । ରାଜ୍ୟ ସରକାର ମଠ, ମନ୍ଦିର ଓ ପୂଜକ ବ୍ରାହ୍ମଣ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସଂଘ ପକ୍ଷରୁ ଦାବୀ କରାଯାଇଛି ।


