ମଧ୍ୟରାତ୍ରିରୁ ବଢିବ ପବନର ବେଗ !

ଭୁବନେଶ୍ବର : ଆମ୍ପାନ ଦ୍ବାରା ରାଜ୍ୟର ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କରେ ମୁକାବିଲା ନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ବିଭିନ୍ନ ଜିଲ୍ଲାକୁ ୧୫ଟି ଏନ୍‌ଡିଆର୍‌ଏଫ୍‌ ଏବଂ ୧୬ଟି ଓଡ୍ରାଫ୍‌ ଟିମ୍‌ ପଠାଯାଇଥିବା ବେଳେ ୨୧୭ଟି ଅଗ୍ନିଶମ ଟିମ୍‌କୁ ପଠାଯାଇଛି । ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ଲୋକମାନଙ୍କର ସ୍ଥାନାନ୍ତରଣ ଜାରି ରହିଛି । ମଧ୍ୟରାତ୍ରରୁ ପବନର ବେଗ ବଢିବାର ସମ୍ଭାବନା ରହିଥିବାରୁ ଲୋକମାନଙ୍କୁ ଏହାପୂର୍ବରୁ ସ୍ଥାନାନ୍ତର କରାଯିବ । ଦିନ ୩ଟା ସୁଦ୍ଧା ୩୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ବିଦ୍ୟୁତ୍‌ ସେବା ଏବଂ ପାନୀୟ ଜଳକୁ ନିରବଛିନ୍ନ ଭାବରେ ଜାରି ରଖିବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା ବେଳେ ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଜିଲ୍ଲାରେ ପହଞ୍ଚିଥିବା ନେଇ ଏସ୍‌ଆରସି କହିଛନ୍ତି । ସେହିପରି ବାତ୍ୟା ଆଶ୍ରୟସ୍ଥଳରେ ସାମାଜିକ ଦୂରତ୍ବକୁ ମାନିବା ପାଇଁ ଏସ୍‌ଆରସି ନିବେଦନ କରିଛନ୍ତି । ବାତ୍ୟା ସମୟରେ ବାହାରକୁ ନବାହାରିବା ପାଇଁ ଏସ୍‌ଆରସି ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ