ପୂଜା ଅଧିକାର ପାଇଥିବା ପୂଜକଙ୍କ ୩୩ ବର୍ଷ ତଳେ ମୃତ୍ୟୁ

ଅଯୋଧ୍ୟା: ରାମ ମନ୍ଦିର ଓ ବାବ୍ରି ମସଜିଦ ମାମଲାରେ ସୁପ୍ରିମକାର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟରେ ଆଜି ଏମିତି ଜଣେ ବ୍ୟକ୍ତିଙ୍କୁ ପୂଜା କରିବାର ଅଧିକାର ଦେଇଛନ୍ତି ଯାହାଙ୍କର ମୃତ୍ୟୁ ୩୩ ବର୍ଷ ତଳେ ହାଇସାରିଛି । ସେ ହେଉଛନ୍ତି ଗୋପାଳ ବିଶାରଦ । ଗୋପାଳଙ୍କର ମୃତ୍ୟୁ ୧୯୮୬ ମସିହାରେ ହୋଇଯାଇଥିଲା । ସୁପ୍ରିମକାର୍ଟ ଅଯୋଧ୍ୟାରେ ଥିବା ରାମଲାଲାଙ୍କ ପୂଜା କରିବା ପାଇଁ ହିନ୍ଦୁ ମହାସଭାର ଗୋପାଳ ସିଂ ବିଶାରଦଙ୍କୁ ଅନୁମତି ଦେଇଛନ୍ତି । ଗୋପାଳ ହେଉଛନ୍ତି ସେହି ବ୍ୟକ୍ତି ଯିଏ କି ୧୯୪୯ ମସିହାରେ ବାବ୍ରି ମସଜିଦରେ ମୂର୍ତ୍ତି ରଖିବା ପରେ ହିନ୍ଦୁ ମହାସଭା ପକ୍ଷରୁ ରାମଲାଲା ପୂଜା କରିବାର ବ୍ୟକ୍ତିଗତ ଅଧିକାର ପାଇଁ ୧୯୫୦ ମସିହାରେ ଫୈଜାବାଦ ନ୍ୟାୟାଳୟରେ ମୋକଦ୍ଦମା ଦାୟର କରିଥିଲେ ।ଗୋପାଳ ସିଂ ବିଶାରଦ ଜାନୁୟାରୀ ୧୬ ତାରିଖ ୧୯୫୦ ମସିହାରେ ସିଭିଲ ଜଜଙ୍କ ଅଦାଲତରେ ସରକାର, ଜହୁର ଅହମ୍ମଦ ଓ ଅନ୍ୟ ମୁସଲମାନଙ୍କ ବିରୋଧରେ ମୋକଦ୍ଦମା ଦାୟର କରି କହିଥିଲେ ଯେ ଜନ୍ମଭୂମି ଉପରେ ସ୍ଥାପିତ ଭଗବାନ ରାମ ଓ ଅନ୍ୟ ମୂର୍ତ୍ତିକୁ ହଟାଇ ନ ଦିଆଯାଉ । ପୂଜା କରିବାକୁ ଅନୁମତି ଦିଆଯାଉ । ସିଭିଲ କୋର୍ଟ ସେହି ଦିନ ହିଁ ସ୍ଥଗିତାଦେଶ ଜାରି କରିଥିଲେ । ୧୯୮୬ ମସିହାରେ ଗୋପାଳ ସିଂହଙ୍କର ମୃତ୍ୟୁ ପରେ ତାଙ୍କ ପୁଅ ରାଜେନ୍ଦ୍ର ସିଂ ମାମଲା କରୁଥିଲେ । ବଡ କଥା ଯେ ନିର୍ମୋହୀ ଅଖାଡା ଓ ଅଖିଳ ଭାରତୀୟ ଶ୍ରୀରାମ ଜନ୍ମଭୂମି ପୁନରୁଦ୍ଧାର ସମିତି ରାଜେନ୍ଦ୍ର ସିଂ ଙ୍କ ବିପକ୍ଷରେ ଥିଲେ । ତେବେ ଗୋପାଳଙ୍କ ଓକିଲ ରଂଜିତ ସିଂ କୋର୍ଟଙ୍କୁ କହିଥିଲେ ଯେ ଗୋପାଳ ରାମଲାଲାଙ୍କର ଉପାସକ ଓ ତାଙ୍କୁ ପୂଜା କରିବାର ଅଧିକାର ଦିଆଯିବା ଆବଶ୍ୟକ, ଯାହାକୁ କାର୍ଟ ସ୍ୱୀକାର କରିନେଇଛନ୍ତି ଓ ଗୋପାଳ ବିଶାରଦଙ୍କୁ ପୂଜା କରିବାର ଅନୁମତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ