ଶରୀରକୁ ସୁସ୍ଥ ରଖେ ପଇଡପାଣି

ପଇଡ଼ ପାଣି କେବଳ ଯେ ଶରୀରରେ ବ୍ଲଡ ସୁଗାର ମାତ୍ରା ଠିକ୍ ରଖିବା ସହ ଶରୀରକୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିଥାଏ। ସୌନ୍ଦର୍ଯ୍ୟ ବଢ଼ାଇବା ସହ ଶରୀରକୁ ଫିଟ୍ ରଖେ ପଇଡ଼ ପାଣି। ବିଶେଷ କରି ସକାଳେ ପଇଡ଼ ପାଣି ପିଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ।ଆସନ୍ତୁ ଜାଣିବା ପଇଡ଼ ପାଣିର ଉପାଦେୟତା କ’ଣ ରହିଛି?
ଶରୀରକୁ ଶକ୍ତି ମିଳିଥାଏ: ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ। ପଇଡ଼ ପାଣି ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ।
ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ: ପଇଡ଼ ପାଣି ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍ ହୋଇଥାଏ।
ଭୋକ ନିୟନ୍ତ୍ରଣ: ଏହା ଆମ ଶରୀରର ମୋଟାପଣକୁ ବି ଦୂର କରିଥାଏ। ନଡ଼ିଆ ପାଣି ପିଇବାଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇ ନ ଥାଏ।
ଗଳଗଣ୍ଡ ରୋଗରୁ ମୁକ୍ତି: ପଇଡ଼ ପାଣି ପିଇଲେ ଗଳଗଣ୍ଡ ଭଳି ମାରାତ୍ମକ ରୋଗ ଭଲ କରିବାରେ ସହାୟକ ହୋଇଥାଏ। ଏହାସହ ବୃକକ୍କୁ ସୁସ୍ଥ ରଖେ ପଇଡ଼ ପାଣି।
ପରିସ୍ରା ସଂକ୍ରମଣ: ନଡ଼ିଆ ପାଣି ପିଇଲେ ପରିସ୍ରା ସଂକ୍ରମଣରୁ ମୁକ୍ତି ମିଳିଥାଏ।
ସୌନ୍ଦର୍ଯ୍ୟ ବଢ଼ାଏ: ନଡ଼ିଆ ପାଣି ଆମ ତ୍ୱଚାକୁ ମସୃଣ ଓ ଉଜ୍ଜଳ ରଖିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ