ପୂଜା ପାଇଲେ ଗଜଲକ୍ଷ୍ମୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଦୀର୍ଘ ୩୪ ବର୍ଷ ଧରି ବନ୍ତ ଥାନା ଛକ ଓ କେନ୍ଦୁଆପଦା ଛକରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ମହାସମାରୋହରେ ଅନୁଷ୍ଠିତ ହେଉଛି । କୁମାର ପୂର୍ଣ୍ଣିମା ରାତିରୁ ଉଭୟ ମଣ୍ଡପରେ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା ଆରମ୍ଭ ହୋଇଛି । ଥାନା ଛକ ପୂଜା ମଣ୍ଡପରେ ସଞ୍ଜୀବ କୁମାର ପଣ୍ଡା, ବସନ୍ତ କୁମାର ପଣ୍ଡା କଳସ ଆଣିଥିବା ବେଳେ ପୂଜକ ଭାବେ ଭାସ୍କର ଚନ୍ଦ୍ର ଶତପଥି, ସନ୍ତୋଷ କୁମାର ଶତପଥି ପୂଜା ଦାୟୀତ୍ୱ ସମ୍ପାଦନ କରୁଛନ୍ତି । କମିଟିର ସଭାପତି ରାମ ଚନ୍ଦ୍ର ପଣ୍ଡା, ଉପସଭାପତି ସୌକତ୍ ଅଲ୍ଲୀ, ସଂପାଦକ ନୃସିଂହ ଚରଣ ପରିଡା, ସହସଂପାଦକ ପଞ୍ଚାନନ ନାୟକ, କୋଷାଧ୍ୟକ୍ଷ ବିଜୟ ସାହୁ, ଉପଦେଷ୍ଟା ଜଳଧର ପଣ୍ଡା, ପ୍ରମୋଦ ସାମଲ, ରତିକାନ୍ତ ବାରିକଙ୍କ ସମେତ ଅନ୍ୟ ମାନେ ସମସ୍ତ ଦାୟୀତ୍ୱ ତୁଲାଉଛନ୍ତି । ସେହିପରି କେନ୍ଦୁଆପଦା ଛକ ପୂଜା ମଣ୍ଡପରେ କାହ୍ନୁ ଚରଣ ରାମ, କାଳନ୍ଦି ସ୍ୱାଇଁ କଳସ ଆଣିଥିବା ବେଳେ ପୂଜକ ଭାବେ ଭଗବାନ ପତି, ରାଷ୍ଟ୍ରପତି ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କମିଟିର ସଭାପତି ବିଜୟ କୁମାର ନାୟକ, ସଂପାଦକ ଅଖିଳ ସାହୁ, ରଘୁନାଥ ରଣା, ଆଦିକନ୍ଦ ବରାଳ, ସେକ୍ କଦମ୍‌, ଦେବଦତ୍ତ ରାମ, ଉମେଶ ସାମଲ, ଅଜଗର ଅଲ୍ଲୀ, ରିଙ୍କୁ ଜେନାଙ୍କ ସମେତ କମିଟିର ସଦସ୍ୟ ମାନେ ସହାୟତା କରୁଛନ୍ତି । ଦର୍ଶକ ମାନଙ୍କୁ ଆକୃଷ୍ଟ କଲା ଭଳି ପୂଜା ମଣ୍ଡପରେ ବାରୁଆଳୀ ମୂର୍ତ୍ତି ତିଆରି କରାଯିବା ସହ ସୁଉଚ୍ଚ ତୋରଣ ମାନ ନିର୍ମାଣ କରାଯାଇଛି । ସିନେମା ହଲ ଛକ ଠାରୁ କେନାଲ ଛକ ପର୍ଯର୍୍ୟନ୍ତ ବଜାରର ଉଭୟ ପାଶ୍ୱର୍କୁ ରଙ୍ଗୀବେରଙ୍ଗୀ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ଏହି ପୂଜା ଦେଖିବା ପାଇଁ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର ଆଦି ଜିଲାରୁ ଲୋକ ମାନେ ଆସୁଛନ୍ତି । ଅପରାହ୍ନ ୪ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଉଭୟ ମଣ୍ଡପରେ ଦର୍ଶକ ମାନଙ୍କ ଭିଡ ଜମୁଥିବା ଦେଖାଯାଉଛି । ଲୋକ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ବ୍ୟବସାୟୀ ମାନେ ଦୋଳି, ମୀନାବଜାର, ଚାଟ, ମନୋହରୀ ଦୋକାନ ଗୁଡିକ ଖୋଲିଥିବାର ଦେଖାଯାଇଛି । ଶାନ୍ତିଶୃଂଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ବନ୍ତ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଉଭୟ କମିଟିରେ ଭସାଣୀ ଉତ୍ସବ ଆସନ୍ତା ରବିବାର ହେବ ବୋଲି ଜଣାଯାଇଛ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ