ପୂଜା ମଣ୍ଡପରେ ମହାସମାରୋହରେ ମହାସପ୍ତମୀ, ଅଷ୍ଟମୀ ପାଳିତ, ସନ୍ଧିପୂଜା, ୧୦୮ ଦୀପଦାନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ବର୍ଷକ ଅପେକ୍ଷା ପରେ ଧରାପୃଷ୍ଟକୁ ଆସିଛନ୍ତି ଜଗତଜନନୀ ମା ଦୁର୍ଗା। ଏହି ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଭଞ୍ଜନଗର ସହର। ପାଗ ଅନୁକୂଳ ରହିଥିବାରୁ ବିଭିନ୍ନ ପୂଜା ମଣ୍ଡପରେ ଦିନ ତମାମ ଭିଡ ପରିଲିକ୍ଷତ ହୋଇଛି। ଦୋକାନ ବଜାରରେ ମଧ୍ୟ କିଣା ବିକା ପାଇଁ ବେଶ ଭିଡ ଦେଖିବାକୁ ମିଳିଥିଲା। ରବିବାର ବିଲୱାଧିବାସରୁ ପୂଜା ଆରମ୍ଭ ହୋଇଥିବା ବେଳେ ଆଜି ଅସ୍ଥାୟୀ ମୃଣ୍ମୟୀ ପୀଠରେ ମହାସପ୍ତମୀ ପାଳିତ ହୋଇଛି। ଆଜି ଅଷ୍ଟମୀ ସନ୍ଧିପୂଜା କଖାରୁ ବଳି ସହ ୧୦୮ ଦୀପଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ଅନେକ ଛୁଟିରେ ଘରକୁ ଫେରିଥିବା ବେଳେ ପରିବାର ଲୋକଙ୍କ ସହ ବଜାର ବୁଲିବା ସହ ପୂଜା ମଣ୍ଡପରେ ଆସି ଦେବୀଙ୍କ ଦର୍ଶନ କରୁଛନ୍ତି। ଭଞ୍ଜନଗର ଜଳସମ୍ପଦ ବିଭାଗ ସାଂସ୍କୃତିକ କର୍ମଚାରୀ ସଂଘ,ସାର୍ବଜନୀନ ଦୁର୍ଗାପୂଜା,ଭଞ୍ଜ ସାହିତ୍ୟ ପରିଷଦ ସହ ବିଶ୍ବଜନନୀ କଳା ପରିଷଦ ଦୁର୍ଗାପୂଜା କମିଟି ଓ ଓଏସ୍ଆର୍ଟିସି ଦୁର୍ଗାପୂଜା କମିଟି ପକ୍ଷରୁ ମଣ୍ଡପରେ ଆସନ୍ତା ଦିନରେ ନବମୀ ହୋମ ସହ ଯୋଗିନୀ ପୂଜା,ବଳି ଭୋଗ, ଦୀପଦାନ,ଅପରାଜିତା ପୂଜା,ଦଶହରା ପୂଜା ଆଦି ସମାପନ ହେବ।
ଜଳସମ୍ପଦ ବିଭାଗ ଓ ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ପ୍ରତିଦିନ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ବହୁ ସ୍ଥାନୀୟ କଳାକାଳ ଅଂଶ ଗ୍ରହଣ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଆଜି ସ୍ବସ୍ତିସିଦ୍ଧି ଭଜନ ମଣ୍ଡଳୀ ପକ୍ଷରୁ ନୃତ୍ୟ ଗୀତ ଅନୁଷ୍ଠିତ ହୋଇଥିବା ବେଳେ ଚକାଡୋଳା ଡେକୋରେଟ ଦ୍ବାରା ଧଉଳି ଶାନ୍ତିସ୍ତୁପ ପ୍ରତିକାତ୍ମକ ୭୦ ଫୁଟର ଏକ ସୁଉଚ୍ଚ ତୋରଣ ନିର୍ମାଣ ହୋଇଛି। ଏଥିସହ ଘୁମୁସରର ଅଧୀଷ୍ଠାତ୍ରୀ ଦେବୀ ମା ବ୍ୟାଘ୍ରଦେବୀ,ସୋରାଦେବୀ ପୀଠରେ ଧୁମ୍‌ଧାମ୍‌ରେ ଅଷ୍ଟମୀ ପୂଜା ରାତି ପର୍ଯ୍ୟନ୍ତ ଜାରି ରହିଛି। ବିଭିନ୍ନ ଅଞ୍ଚଳରୁ ବହୁ ପଣ୍ଡିତ ମାନେ ଆସି ବିଳମ୍ବିତ ରାତିରେ ଯାଏଁ ଚଣ୍ଡିପାଠ ହୋମ ଆଦି କାର୍ଯ୍ୟ କରିଥିଲେ। ସେହିପରି ଠାକୁରାଣୀ ମନ୍ଦିର ପରିସରରେ ମଧ୍ୟ ଦଶହରା ପାଇଁ ପ୍ରତିଦିନ ସଂନ୍ଧ୍ୟାରେ ଦେବୀଙ୍କ ନିକଟରେ ଯଜ୍ଞକର୍ମ ଆଦି ସମ୍ପର୍ଣ୍ଣ କରାଯାଉଛି।ଦେବୀଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଉଛି। ଚଳିତ ବର୍ଷ ପୂ୍ଜା ସମୟରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ ମଧ୍ୟ ପାଗ ଅନୁକୂଳ ରହିଥିବାରୁ ପାର୍ବଣ ପାଇଁ ସହରର ଚଳ ଚଞ୍ଚଳ ହୋଇ ଉଠିଛି। ଏହି ଅବସରରେ ବ୍ୟବସାୟୀ ମାନଙ୍କ ମଧ୍ୟ ଭଲ ବେପାର ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ