ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ‘ପାଇକ ବିଦ୍ରୋହର ମୁଖ୍ୟ କର୍ଣ୍ଣାଧାର ଥିଲେ ବକ୍ସି ଜଗବନ୍ଧୁ’

ଭୁବନେଶ୍ୱର : ସ୍ଥାନୀୟ କଳ୍ପନା ଛକସ୍ଥିତ ମହାନ ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ, ଖୋର୍ଦ୍ଧା ମାଟିର ସୁପୁତ୍ର, ପାଇକ ବିଦ୍ରୋହର ମୁଖ୍ୟ କର୍ଣ୍ଣାଧାର ତଥା ସେନାପତି, ସଂଗଠକ ବକ୍ସି ଜଗବନ୍ଧୁଙ୍କ ୧୯୧ ତମ ଜୟନ୍ତୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରି କହିଲେ ଯେ, ବକ୍ସି ଜଗବନ୍ଧୁ ଥିଲେ ମହାନ ବୀର, ସଂଗ୍ରାମୀ ତଥା ପାଇକ ବିଦ୍ରୋହର କର୍ଣ୍ଣାଧାର । ତାଙ୍କର ଅଦମ୍ୟ ସାହାସ, ଦୃଢ଼ ଇଚ୍ଛାଶକ୍ତି ବଳରେ ଇଂରେଜ ସରକାରକୁ ଦେଶରୁ ବିତାଡ଼ିତ କରିବାରେ ପ୍ରମୁଖ ଭୂମିକା ସେ ନେଇଥିଲେ । ପାଇକମାନଙ୍କୁ ଏକଜୁଟ୍ କରି କିପରି ସ୍ୱାଧୀନତା ହାସଲ କରାଯାଇପାରିବ ସର୍ବଦା ତା ‘ର ରଣକୌଶଳମାନ ପ୍ରସ୍ତୁତ କରୁଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଉପସ୍ଥିତ ରହି ପୁଷ୍ପମାଲ୍ୟ ଦେବା ସହିତ ବକ୍ସିଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ । ଏହି ଅବସରରେ ଖୋର୍ଦ୍ଧା ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପାଇକ ସଂଗଠନମାନେ ନୃତ୍ୟ ପରିବେଷଣ କରିଥିଲେ, ଯାହାକି ପୂର୍ବ ଇତିହାସର ସ୍ୱର୍ଣ୍ଣିମ ଗାଥାକୁ ମନେ ପକାଇଦିଏ । ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ମା ଭୈରବୀ ଆଖଡ଼ା ସଂଘ, ମା ମଙ୍ଗଳା ପାଇକ ଆଖଡ଼ା, ଓଡ଼ିଶା ଶବରକଳା ଆଖଡ଼ା ଏବଂ ପୂଜ୍ୟପୂଜା ଅଭିଯାନର ଓଡ଼ିଆ ଭାଷାପ୍ରାଣ, ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀ, ସୀତାବଲ୍ଳଭ ମହାପାତ୍ର, ଆବାହକ କିସନ ବରାଇ, ନାରାୟଣ ଚନ୍ଦ୍ର ଓଝା, ପ୍ରଭାତ ରଥ, ନାରାୟଣ ଖୁଣ୍ଟିଆ, ସମୀତା ମହାରଣା, ବ୍ରଜବନ୍ଧୁ ପରିଡ଼ା, ସଂଗ୍ରାମ ବଳିୟାରସିଂହ, ସୀତାଂଶୁ ଶେଖର ମହାରଣା, ଶିବ ଶଙ୍କର ଡାକୁଆ, ନୀଳମଣି ମିଶ୍ର, ଭୀମସେନ୍ ପାଇକରାୟ,କବିରାଜ ପ୍ରଧାନ, ଦାସରଥୀ ରଣସିଂହ, ରାଜ କୁମାର, ମାନସ, ସାମଲ, ଦୀପକ ଗଡ଼ନାୟକ, ନିରଂଜନ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ