ଭାରତରେ କୋରୋନା ଭୂତାଣୁ
ମୁମ୍ବାଇ :ଭାରତରେ ପହଞ୍ଚିଯାଇଛି କୋରାନା ଭାଇରସ୍ । ମୁମ୍ବାଇଠାରେ ଦୁଇ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ ଏୟାରପୋର୍ଟରୁ କୋରୋନା ଭୂତାଣୁଗ୍ରସ୍ତ ଦୁଇଜଣଙ୍କ ମାମଲା ସାମ୍ନାକୁ ଆସିଛି । ଏହି ଦୁଇଜଣଙ୍କୁ କସ୍ତୁରବା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଏବେ ଏହି ଦୁଇଜଣଙ୍କର ପରୀକ୍ଷା କରାଯାଉଛି । କୋରାନା ଭାଇରସ୍ରେ ଚୀନ୍ରେ ଏପର୍ଯ୍ୟନ୍ତ ୨୫ଜଣଙ୍କର ମୃତ୍ୟୁ ହୋଇଛି । ଏହି ଭୂତାଣୁ ଯୋଗୁଁ ୮୩୦ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଚୀନ୍ର ବୁହାନ ସମେତ ୯ଟି ସହରକୁ ବନ୍ଦ କରାଯାଇଛି । ବୁହାନରେ ୭୦୦ରୁ ଅଧିକ ଭାରତୀୟ ଛାତ୍ର ରହୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଚୀନରୁ ଭାରତକୁ ଆସିଥିବା ଦୁଇଜଣ କୋରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବାର ଆଶଙ୍କା ରହିଛି । ଏହି ଦୁଇ ରୋଗୀଙ୍କୁ କସ୍ତୁରବା ହସ୍ପିଟାଲରେ ଅଲଗା ଓ୍ବାର୍ଡରେ ରଖାଯାଇଛି ।


