ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ସ୍ମୃତି•ରଣ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୧୬ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ସ୍ମୃତି•ରଣ କରାଯିବା ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଲେ ଯେ ମହାତ୍ମାଗାନ୍ଧୀଙ୍କ ଅହିଂସା, ନିଷ୍ଠା ତଥା ଦେଶ ପ୍ରେମର ପଟାନ୍ତର ନାହିଁ । ଅହିଂସା ଅସ୍ତ୍ରକୁ ପାଥେୟ କରି ୨୦୦ ବର୍ଷ ଯେଉଁ ବ୍ରିଟିଶ୍ ଶାସନ ଆମକୁ ପରାଧୀନ କରିଥିଲା ତାହା ଉପରେ ବିଜୟ ହାସଲ କରିବା ଓ ସ୍ୱାଧୀନତା ଆଣିବା ବେଶ୍ ରୋମାଞ୍ଚକର ତଥା ଐତିହାସିକ ଥିଲା । ଠିକ୍ ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀ ଶାନ୍ତି ନୀତି, ସମଗ୍ର କୃଷକମାନଙ୍କ ପାଇଁ ଚିନ୍ତା ତଥା ଭାରତର ଏକତା ଓ ଅଖଣ୍ଡତା ଯେପରି ଅକ୍ଷୁର୍ଣ୍ଣ ରହିପାରିବ ତାହା ଉପରେ ସର୍ବଦା ଗୁରୁତ୍ୱ ଦେଇ କାର୍ଯ୍ୟ କରିଥିଲେ । ଆଜି ବି ଗାନ୍ଧୀଙ୍କ ଆଦର୍ଶର ପ୍ରାସଙ୍ଗିକତା ରାଷ୍ଟ୍ରରେ ରହିଛି ବୋଲି ମତବ୍ୟକ୍ତ କରାଯାଇଥିଲା । କେବଳ ପ୍ରଚାର ପ୍ରସାରରେ ନୁହେଁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଦେଶର ସର୍ବବିଧ ବିକାଶ ସାଧିତ ହୋଇପାରିବ ବୋଲି ଅନ୍ୟ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଏହି ଅଭିଯାନରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଂଯୋଜକ କିଷନ ବରାଇ ଓ ନାରାୟଣ ଓଝାଙ୍କ ସହ ସଂଯୋଜନାରେ ସାମିଲ ହୋଇଥିଲେ ଅଲେଖ ଜେନା, ଅରବିନ୍ଦ ତ୍ରିପାଠୀ, ଲକ୍ଷ୍ମଣ ଦାସ, ତନ୍ମୟ ସାମନ୍ତରାୟ, ସଂଗ୍ରମା ବଳିୟାରସିଂ, ଡ. ଅସିତ୍ ଦାସ, ଉମାଚରଣ ମହାନ୍ତି, ବିଜୟ ପରିଡ଼ା, ସାଧୁ ଚରଣ ବେହେରା, ପ୍ରଦୀପ କୁମାର ବିଶ୍ୱାଳ, କୈଳାସ ମୁଦୁଲି, ବିଶ୍ୱନାଥ ସ୍ୱାଇଁ, ବୁଦ୍ଧିମାନ ନାୟକ ନିରଞ୍ଜନ ସାହୁ, ଶରତ ରାଉତ, ପ୍ରଫୁଲ୍ଲ ବାରିକ, ମନୋରନ ବାରିକ, ବିଜୟ ମଲ୍ଲ, ସିତାଂଶୁ ଶେଖର ମହାରଣା, ବ୍ରଜବନ୍ଧୁ ପରିଡ଼ା, ପ୍ରମୋଦ ଦେବ ଯୋଗଦେଇ ଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସମିତା ମହାରଣା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ