ପୂଣ୍ୟାତ୍ମା ପୂର୍ଣ୍ଣବାସୀଙ୍କ ପ୍ରଥମ ପୂଣ୍ୟତିଥି ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁରଗ୍ରାମର ଜଣେ ଧର୍ମପ୍ରାଣା, ପରୋପକାରୀ ସମାଜସେବୀ ମହିୟସୀ ମହିଳା ପୂଣ୍ୟାତ୍ମା ପୂର୍ଣ୍ଣବାସୀଙ୍କ ପ୍ରଥମ ପୂଣ୍ୟ ତିଥିରେ ଶିକ୍ଷକ ଶୁଭାଂଶୁ କୁମାର ଦାସଙ୍କ ପୈାରହିତ୍ୟରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ କରିଲୋପାଟଣା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ସର୍ବେଶ୍ୱର ସେଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ଣ୍ଣବାସୀ ଥିଲେ ନରରୂପୀ ନାରାୟଣି ବୋଲି ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏ ଅଞ୍ଚଳର ଏମିତି କୈାଣସି ଅନୁଷ୍ଠାନ ନାହିଁ ଯାହା ସହିତ ସ୍ୱର୍ଗତା ପୂର୍ଣ୍ଣବାସୀ ଜଡିତ ନଥିଲେ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ପ୍ରଦିପ କୁମାର ଦାଶ, ପ୍ରାକ୍ତନ ସରପଞ୍ଚ ଜୀନତପ୍ରିୟଦର୍ଶିନୀ ରାଉତ, ଓଡିଶା କଳାକାର ସଙ୍ଘର ସଭାପତି ସତ୍ୟବ୍ରତ ପୁହାଣ, ସଂଯୋଜକ ରଣଜିତ ସାହୁ, ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତି, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ତାଙ୍କ ପୁତ୍ର ସତ୍ୟପ୍ରିୟ ଦାସ, ସୁବୋଧ ଦାସ, ଶିବ ପ୍ରସାଦ ଦାସ, ସୁଶାନ୍ତ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସ୍ୱପ୍ନାଂଶୁ ଦାସ ସଂଗୀତ ନିଦେଶକ ରୋହିତ ଦାସ, ନୃସିଂହ ନନ୍ଦ, ନାରାୟଣ ପ୍ରଧାନ ପ୍ରମୁଖ ଯୋଗଦେଇ ତାଙ୍କର ଜୀବନ ସଂଗ୍ରାମ ଓ ସମାଜ ପ୍ରତି ଥିବା ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଶ୍ରଦ୍ଧା ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ