ପୂର୍ତ୍ତ ବିଭାଗର ଅପାରଗତା ଯୋଗୁଁ ରାଜ୍ୟ ସରକାରଙ୍କ ମୁଖ୍ୟଯନ୍ତ୍ରୀ ଗବେଷଣା ଉନ୍ନୟନ ଓ ମାନବର୍ଦ୍ଧନ (ରାସ୍ତା ଓ କୋଠାବାଡ଼ି) ଅଧିନରେ ଲ୍ୟାବ ମେସିନର କ୍ଷୟକ୍ଷତିି

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍):ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅଧିନରେ ଥିବା ମୁଖ୍ୟଯନ୍ତ୍ରୀ, ଗବେଷଣା ଉନ୍ନୟନ ଓ ମାନ ବର୍ଦ୍ଧନ (ରାସ୍ତା ଓ କୋଠାବାଡ଼ି) ତଥା ୫ ଗୋଟି ନିର୍ବାହୀ ଯନ୍ତ୍ରୀ (ମାନବର୍ଦ୍ଧନ) କଟକ, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାୟଗଡ଼ା ଡ଼ିଭିଜନ ଓ ମୁଖ୍ୟଯନ୍ତ୍ରୀ ମାନବର୍ଦ୍ଧନ ଭୁବନେଶ୍ୱରରେ କୌଣସି କର୍ମଚାରୀ ନଥିବାରୁ ରାସ୍ତା ଓ କୋଠାବାଡ଼ି କାର୍ଯ୍ୟର ମାନବର୍ଦ୍ଧନ ଓ ଗବେଷଣା କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଏପରିକି ପୂର୍ତ୍ତ ବିଭାଗକୁ ମୁଖ୍ୟଯନ୍ତ୍ରୀ ବାରମ୍ବାର ଳିଖିତ ପତ୍ର ସଂଖ୍ୟା ୨୯୩ ତା ୧୮.୦୫.୨୦୨୦, ୨୯୫ ତା ୧୮.୦୫.୨୦୨୦, ୩୦୭ ତା ୦୧.୦୬.୨୦୨୦ ଜଣାଇବା ସତ୍ତ୍ୱେ ପୂର୍ତ୍ତ ବିଭାଗର କୌଣସି ଦରଦ ନାହିଁ, ଯାହାଫଳରେ ଡ଼ିଭିଜନର ନିର୍ବାହୀଯନ୍ତ୍ରୀ ଓ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମାନବର୍ଦ୍ଧନ ଲ୍ୟାବ ମେସିନ୍‌ର କୋଟି କୋଟି ଟଙ୍କା ମୂଲ୍ୟର ଯନ୍ତ୍ରପାତି ଗୁଡ଼ିକ ନଷ୍ଟ ହେବାକୁ ଗଲାଣି । ଏପରିକି ରାସ୍ତା ଓ କୋଠାବାଡ଼ିର କାମ ଗୁଡ଼ିକ ଠିକ ରୂପେ ଭାଗ ମାପ ଦେଇ କାର୍ଯ୍ୟ ହୋଇପାରୁନାହିଁ, ଯାହାକି ଅତି କମ୍ ବର୍ଷରେ କାମ ଗୁଡ଼ିକ ଖରାପ ହୋଇ ବିଲ୍‌ଡ଼ିଙ୍ଗରେ ଫାଟ ବାହାରି ଭାଙ୍ଗି ଯାଉଛି । ଏପରିକି ଅର୍ଥ ବିଭାଗର ଖର୍ଚ୍ଚ କାଟ୍ ପାଇଁ କଟକଣା କରିଥିଲେ ମଧ୍ୟ ନିଜର ସ୍ୱାର୍ଥ ଥିବା କାମଗୁଡ଼ିକୁ ଆଦେଶ ଦେଉଛନ୍ତି । କିନ୍ତୁ ଯେଉଁଥିରେ ଅର୍ଥ ବିଭାଗ ଓ ପୂର୍ତ୍ତ ବିଭାଗର ସ୍ୱାର୍ଥରେ ବାଧା ଆସୁଛି, ସେହି କାମରେ ଆଦେଶ ଦେଉନାହାଁନ୍ତି । ଏପରିକି ରାଜ୍ୟ ସରକାର ଝିଣ୍ଟିକା ମାରି ବଣିକୁ ପୋଷିବା ନିୟମ କରୁଛନ୍ତି, ଯାହାକି ବର୍ଷକୁ କୋଟି କୋଟି ଟଙ୍କା ରାଜସ୍ୱରୁ ଖର୍ଚ୍ଚ ହେଉଛି । ଏଣୁ ପୂର୍ତ୍ତ ବିଭାଗ ଏହାର ତୁରନ୍ତ ବିଚାର କରି ଖାଲିଥିବା ପଦବୀ ଗୁଡ଼ିକ ଯଥା : କ୍ଲର୍କ, ଷ୍ଟେନୋ, ଟେକ୍ନିକାଲ ଆସିଷ୍ଟାଣ୍ଟ, ରାତ୍ର ଜଗୁଆଳୀ, ସଫେଇବାଲା ଇତ୍ୟାଦିକୁ ଯଥାଶୀଘ୍ର ଆଉଟ୍‌ସୋର୍ସିଂ ମାଧ୍ୟମରେ ହେଉ ବା କଣ୍ଟ୍ରାକ୍ଟ ବେସିସ୍‌ରେ ନିଯୁକ୍ତି କରାଇଲେ ବହୁ ମୂଲ୍ୟର ଲ୍ୟାବ୍ ମେସିନ୍ ଗୁଡ଼ିକ ଚାଲୁ ରହିବା ସଙ୍ଗେ ସଙ୍ଗେ ଓଡ଼ିଶାର ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନେ ନିଯୁକ୍ତି ସୁଯୋଗ ପାଇପାରିବା ସହ ଅର୍ଥ ବିଭାଗ ଅଯଥା ଖର୍ଚ୍ଚରୁ ବଞ୍ôଚତ ହୋଇପାରିବା ସହ ଯେଉଁସବୁ କୋଟି କୋଟି ଟଙ୍କା ମାନବର୍ଦ୍ଧନ ଓ ଗବେଷଣା ଉନ୍ନୟନ ବାବଦ ଅଯଥା ଖର୍ଚ୍ଚ ହେଉଛି ତାହା ମଧ୍ୟ ସୁଧାରି ପାରିବା ସହ କରୋନା ମହାମାରୀ ସମୟରେ ଦୁର୍ବଳ ହୋଇଥିବା ଆର୍ôଥକ ପରିସ୍ଥିତି ସୁଦୃଢ ହୋଇପାରିବ ବୋଲି ଓଡ଼ିଶାର ଜନସାଧାରଣ ଆଶା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ