ପୂର୍ତ୍ତ ବିଭାଗର ଶିଖର-ବାଲିଭଉଁରୀ ମୁଖ୍ୟରାସ୍ତାର ନାଉଗାଁ ବ୍ଲକ ଛକରେ ଖାଲ, ଯିବା ଆସିବାରେ ବଢୁଛି ସମସ୍ୟା

ନାଉଗାଁ, (ୱାଇଏନ୍‌ଏସ୍‌): ନାଉଗାଁ ବ୍ଳକର ମୁଖ୍ୟରାସ୍ତା ହେଉଛି ପୂର୍ତ ବିଭାଗର ଶିଖର-ବାଲିଭଉଁରୀ ରାସ୍ତା । ଏହି ରାସ୍ତାଟି ଜଗତସିଂହପୁର ଓ ଶିଖରଘାଟ ଦେଇ ପୁରୀ ଜିଲ୍ଲାକୁ ସଂଯୋଗ କରୁଛି । ଏହି ରାସ୍ତା ଦେଇ କଟକ, ପୁରୀ, ପାରାଦୀପ, ଅସ୍ତରଙ୍ଗ, କାକଟପୁର, ଜଗତସିଂହପୁର ଆଦିକୁ ଯାତ୍ରୀବାହୀ, ମାଲବାହି ଗାଡି ଯିବା ଆସିବା କରିଥାନ୍ତି । ସେହିପରି ପଥଚାରୀ, ବାଇକ ଆରୋହୀ ମଧ୍ୟ ଏହି ରାସ୍ତା ଦେଇ ବିଭିନ୍ନ କାର୍ଯ୍ୟରେ ଯିବା ଆସିବା କରିଥାନ୍ତି । ରାସ୍ତାଟି ଦିର୍ଘ ଦିନ ହେବ କାର୍ଯ୍ୟ ହୋଇଥିବା ବେଳେ ବ୍ଳକ ଛକ ଠାରେ ରାସ୍ତାରେ ଠାଏ ଠାଏ ପିଚୁ ଉଠିଥିବାର ଦେଖିବାକୁ ମିଳିଛି । ବର୍ତମାନ ବର୍ଷା ଦିନ ହୋଇଥିବା ବେଳେ ରାସ୍ତାରେ ଖାଲ ହେବା ଦ୍ୱାରା ପାଣି ଜମି ରହୁଛି । କେବଳ ସେତିକି ନୁହେଁ ଭାରିଯାନ ଯିବା ଆସିବା ଫଳରେ ଉକ୍ତ ଖାଲା ଧୀରେ ଧୀରେ ବଡ ହେବାକୁ ଲାଗୁଛି । ଯାହାଫଳରେ ଯିବା ଆସିବା ସମୟରେ ଅସବଧାନତା ବଶତଃ ଉକ୍ତ ଖାଲରେ ବାଇକ ପଡିବା ଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ତେଣୁ ଉକ୍ତ ରାସ୍ତାକୁ ମରାମତି ପାଇଁ ଜନସାଧାରଣ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ