ପୂର୍ତ ବିଭାଗ ରାସ୍ତାର ଧୂଆଁପଦାରେ ଓଲଟିଲା ଧାନ ବୋଝେଇ ଟ୍ରକ

ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ପୂର୍ତ ବିଭାଗ ଅଧିନ କୋକିଡିହ-ତେଲସରା ରାସ୍ତାର ଧୂଆଁପଦା ଠାରେ ଏକ ଧାନ ବୋଝେଇ ଟ୍ରକ ବୁଧବାର ଓଲଟିଥିବା ଦେଖାଯାଇଛି । ଗାଡି ନଂ ଓଆର୦୫ଡି-୭୦୯୫ ଟି ବାଲିକୁଦା ବ୍ଳକ ଗୋଡା ସମବାୟ ସମିତିର ଧାନ ମଣ୍ଡିରୁ ୨୫୯ବ୍ୟାଗ ଧାନ ଆଣି ସନ୍ଥୋଲିଆ ରାଉସ ମିଲ ଅଭିମୁଖେ ଯାଉଥିଲା । ପୂର୍ତ ବିଭାଗ ତରଫରୁ ଚିଳିତ ଆର୍ଥୀକ ବର୍ଷେରେ ଧୂଆଁପଦା ଠାରେ ରାସ୍ତା ସଂପ୍ରସାରଣ କାର୍ଯ୍ୟ କରାଯାଇଥିବା ବେଳେ ଧାନ ବୋଝେଇ ଗାଡି ଏହି ରାସ୍ତା ଦେଇ ଯାଉଥିଲା । ଗତ କିଛି ଦିନ ହେବ କାର୍ଯ୍ୟ ହୋଇଥିବା ଏହି ରାସ୍ତାରେ ଗାଡି ଯିବା ଦ୍ୱାରା ରାସ୍ତାଟି ଦବି ଯିବା ଫଳରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତା ଦବିଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଏବିଷୟରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ କାହିଁକି ଗାଡି ଓଲଟିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ । ଯଦି ରାସ୍ତା ନିମ୍ନମାନର ହୋଇଥିବା ତେବେ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ