କେନ୍ଦ୍ରାପଡା କଲେଜ ମୋ ସୃଜନର ଏନ୍ତୁଡିଶାଳ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ଓଡିଆ ସାହିତ୍ୟ ସମାଜ ଆନୁକୁଲ୍ୟରେ ବିଶିଷ୍ଟ ସାହିତ୍ୟିକ ଅତିବଡି ପୁରସ୍କାରପ୍ରାପ୍ତ ଲେଖକ ଡଃ. ରାମଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ତଥା ବିଶିଷ୍ଟ ସମାଲୋଚକ ଡଃ. କାର୍ତ୍ତିକେଶ୍ୱର ସାହୁ ଯୋଗଦେଇଥିଲେ ।ପ୍ରାଧ୍ୟାପକ ତପନ କୁମାର ପତି ଅତିଥି ପରିଚୟ ପ୍ରଦାନ ସହ ଉତ୍ସବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଡଃ. ସାହୁ ଡଃ. ବେହେରାଙ୍କ ପ୍ରଥମ ପାଠକ ତଥା ସମାଲୋଚକ ତାଙ୍କୁ ଲେଖାଲେଖି କରିବା ପାଇଁ ବହୁ ଭାବରେ ପ୍ରୋତ୍ସାହିତ କରିଥିଲେ । ବକ୍ତାମାନେ ଡଃ. ବେହେରାଙ୍କ ବ୍ୟବହୃତ କୋଠରୀକୁ ଐତିହ୍ୟ କକ୍ଷ ଭାବରେ ସଂରକ୍ଷିତ ପାଇଁ ପ୍ରସ୍ତାବ ଦେଇଥିଲେ । ଡଃ. ବେହେରା ଆମ ଗୈାରବ, ଐତିହ୍ୟ ଓ ଚଳନ୍ତି କିମ୍ବଦନ୍ତୀ, ତାଙ୍କ ଦ୍ୱାରା ପ୍ରାପ୍ତ ପୁରସ୍କାର ଆମ ମହାବିଦ୍ୟାଳୟକୁ ଗୈାରବାନ୍ୱିତ କରିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିବଡି ପୁରସ୍କାରପ୍ରାପ୍ତ ଲେଖକ ଡଃ. ବେହେରାଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ମୁଖ୍ୟ ଅତିଥି ଡଃ. ସାହୁଙ୍କୁ କଲେଜ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଦନାର ଉତ୍ତରରେ ଡଃ. ବେହେରା କଲେଜ ତାଙ୍କ ସୃଜନର ଏନ୍ତୁଡିଶାଳ ଏବଂ ଏହି କଲେଜ ତାଙ୍କୁ ପରିପୁଷ୍ଟ କରିଛି ଓ ଏ ମାଟି ତାଙ୍କ ପାଇଁ ଚନ୍ଦନ ବୋଲି ଅଭିହିତ କରିଥିଲେ । ଉତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଡଃ. ନାରାୟଣ ନାଥଶର୍ମା, ଡଃ. ସେକ ସମସୁର, ଡଃ. ବିନାୟକ ଦାଶ, କବି ଅପର୍ଣ୍ଣା ମହାନ୍ତି, ଡଃ. ବାସୁଦେବ ଦାସ, ଗାଳ୍ପକା ସୁଶ୍ରୀ ଚିରଶ୍ରୀ ଇନ୍ଦ୍ରସିଂ ପ୍ରମୁଖ ଉପସ୍ଥିତ ଥିଲେ । ଓଡିଆ ବିଭାଗର ପ୍ରମୋଦ କୁମାର ବେହେରା, ସଶ୍ମିତା ଅଧିକାରୀ, ଡଃ. ଅଜିତ କୁମାର ଦାସଙ୍କ ସମେତ ସମସ୍ତ ବିଭାଗର ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଉତ୍ସବ ପରିଚାଳନାରେ ଅଧ୍ୟାପକ ରଞ୍ଜିତ କୁମାର ଦାସ ସହଯୋଗ କରିଥିଲେ । ଲେଫ୍ଟନାଂଟ ସୀମା ମହାନ୍ତି ସଭା ସଂଚାଳନ କରିଥିବା ବେଳେ ଓଡିଆ ବିଭାଗ ମୁଖ୍ୟ ମନିଷାକାନ୍ତି ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ