ପୂର୍ବତନକଳା ଶିକ୍ଷକ ଦୁର୍ଗା ଚରଣ ତ୍ରିପାଠୀ ଙ୍କ ପରଲୋକ

ଫୁଲବାଣୀ, (ସୁନୀଲ କୁମାର ବେହେରା) :-କନ୍ଧମାଳ ଜିଲାର ଜଣାଶୁଣା କଳା ଶିକ୍ଷକ ତଥାବରିଷ୍ଠ ସମାଜସେବୀ ଦୁର୍ଗା ଚରଣ ତ୍ରିପାଠୀ ଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି l ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୁଅ ହିମାଳୟ ତ୍ରିପାଠୀ, ରାଜା ତ୍ରିପାଠୀ, ପୁତ୍ରବଧୁ ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା l ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ l ସ୍ବର୍ଗତ ତ୍ରିପାଠୀ ଙ୍କ ମୃତ୍ୟୁ ରେ ଶୋକର ଛାୟା ଖେଳିଯାଇଛି l ସେ ଜଣେ ଆଦର୍ଶ ଶିକ୍ଷକ ଥିଲେ l କଳା ଓ ସଂସ୍କୃତି ପ୍ରତି ତାଙ୍କର ବେଶ ଆଗ୍ରହ ଥିଲା l ଏଥିସହ ସହରର ବିଭିନ୍ନ ସଂଗଠନ ସହ ମଧ୍ୟ ସେ ପ୍ରତ୍ୟକ୍ଷ ଭବେଜଡିତ ଥିଲେ lଫଲରେ ତାଙ୍କ ମୃତ୍ୟୁରେ ଫୁଲବାଣୀ ସହରରେ ଶୋକର ଛାୟା ଖେଳିଯାଇଛି । ସହରର ବହୁ ବୁଦ୍ଧିଜିବୀ .ଅବସରପ୍ରାପ୍ତ କର୍ମଚାରୀ ସଂଘ, ପୂର୍ବତନ ଛାତ୍ରସଂଘ, ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମାବେଦନା ଜ୍ଞାପନ କରିଛନ୍ତି । ସେ ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ସେହିପରି ସ୍ଵର୍ଗତ ଦୁର୍ଗା ଚରଣ ତ୍ରିପାଠୀ ଙ୍କ ପରଲୋକରେ ଫୁଲବାଣୀ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୁପ ଜେନା, ସନ୍ତୋଷ ଡି ଗଲ , ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ସଂସଦ ରାଧାକାନ୍ତ ଦିଗଲ, କଂଗ୍ରେସ ନେତା ଭିକାରି ପାଣିଗ୍ରାହୀ, ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରୀ ବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ