ପୂର୍ବତନ ଉପଭୂସଂସ୍କାର କମିଶନରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ପୂର୍ବତନ ଉପଭୂସଂସ୍କାର କମିଶନର ରମାକାନ୍ତ ମହାନ୍ତିଙ୍କର ଗତ ଶନିବାର ତାଙ୍କ କଟକ ସିଡିଏସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ଜନ୍ମମାଟି ପାଟକୁରା ଶୀତଳପାଟଣା ଗ୍ରାମରେ ଗଭୀର ଶୋକର ଛାୟା ଖେଳିଯାଇଛି । ସୂର୍ଗତ ମହାନ୍ତି ଏକାଧାରରେ ଜଣେ ଦକ୍ଷ ପ୍ରଶାସକ ଓ ଜଣେ ସୁଲେଖକ ଭାବେ ପରିଚିତ ଥିଲେ । ଜନ୍ମମାଟି ଶୀତଳପାଟଣା ପ୍ରତି ତାଙ୍କର ଅବଦାନ ଅତୁଳନୀୟ ବୋଲି ଶ୍ରୀ ଶ୍ରୀ ଶୀତଳେଶ୍ୱର ୟୁଥ କ୍ଲବ ପକ୍ଷରୁ ସୂର୍ଗତ ମହାନ୍ତିଙ୍କ ବିୟୋଗରେ ଗ୍ରାମର ଆରାଧ୍ୟ ଦେବତା ଶୀତଳେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସ୍ମୃତିସଭାରେ ଗ୍ରାମର ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସୂର୍ଗତ ମହାନ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସ୍ମୃତିସଭାରେ ଗ୍ରାମର ବୁଦ୍ଧିଜୀବିମାନଙ୍କ ସମେତ ବହୁ ଯୁବବନ୍ଧୁ ଯୋଗଦେଇ ସୂର୍ଗତ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।