କରୋନା ପରୀକ୍ଷଣ: ୩ ପଜେଟିଭ୍ ଚିହ୍ନଟ
ବନ୍ତ,(ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ବନ୍ତ ପଞ୍ଚାୟତ ସମିତି ତରଫରୁ ଆଗରପଡା ସରକାରୀ ବାଳିକା ହାଇସ୍କୁଲ ଠାରେ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୭୦ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ କ୍ଲଷ୍ଟର ଟି.ଏମ୍.ସିରେ ଥିବା ୫୦ ଜଣ ପ୍ରବାସୀଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇଥିଲା । ଆଣ୍ଟିଜେନ୍ ପରୀକ୍ଷାରେ ୩ ଜଣ ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି ।


