ପୂର୍ବତନ ଏମପି ପ୍ରଭାତ ସାମନ୍ତରାୟଙ୍କ ପରଲୋକ
ପାରାଦୀପ,(ୱାଏନଏସ):କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ପୂର୍ବତନ ଏମପି ତଥା ବର୍ତ୍ତମାନ ପାରାଦୀପ ଉତ୍କଳ ପୋର୍ଟ ଆଣ୍ଡ ଡକ୍ ଓ୍ବାର୍କର୍ସ ୟୁନିୟନର ସର୍ବଭାରତୀୟ ସଭାପତି ପ୍ରଭାତ କୁମାର ସାମନ୍ତରାୟଙ୍କର ଗୁରୁବାର ପରଲୋକ ହୋଇଛି।ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।ପରେ ତାଙ୍କ ମରଶରୀରକୁ ପୁରୀ ସ୍ବର୍ଗଦ୍ବାରରେ ଶତ୍କାର କରାଯାଇଛି।ତାଙ୍କ ଜ୍ୟେଷ୍ଠ ସନ୍ତାନ ଶ୍ରେୟାନ ମୁଖାଗ୍ନି ଦେଇଥିଲେ।ପାଖରେ ସାନ ପୁଅ ସାର୍ଥକ ,ଝିଅ ସୁଦିପ୍ତା ଓ ଅନ୍ୟ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ।ମୃତ୍ୟୁ ବେଳକୁ ୭୫ ବର୍ଷ ହୋଇଥିଲା।ତାଙ୍କର ଦୁଇ ଦିନ ତଳେ ବ୍ରେନ ଷ୍ଟୋକ୍ ହୋଇଥିଲା।ତାଙ୍କ ମୃତ୍ୟୁରେ ପାରାଦୀପର ବହୁ ଶ୍ରମିକ ନେତା ଓ ରାଜନେତା ଶୋକବ୍ୟକ୍ତ କରିଛନ୍ତି।ଅରିନ୍ଦମ ସର୍ଖେଲ, ବିଭୂତି ମହାରଣା, ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ, ଅନନ୍ତ ଦାସ, ନୃସିଂହ ଶତପଥୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।