ପୂର୍ବତନ କେନ୍ଦ୍ରାପଡା ଏସଡିପିଓ କେଦାରନାଥ ସାହୁଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଭିଜିଲାନ୍ସ ବିଭାଗର ଭାରପ୍ରାପ୍ତ ଏସପି, ଓପିଏସ ସଙ୍ଘର ସଭାପତି ତଥା କେନ୍ଦ୍ରାପଡାର ପୂର୍ବତନ ଏସଡିପିଓ କେଦାରନାଥ ସାହୁଙ୍କ ବିୟୋଗରେ ସୋମବାର କେନ୍ଦ୍ରାପଡାରେ ଗଭୀର ଶୋକବ୍ୟକ୍ତ କରାଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ ଥାନା ସବଇନସପେକ୍ଟର ସୈାମ୍ୟରଞ୍ଜନ ଜାଲି, ସବଇନସପେକ୍ଟର ରତିରଞ୍ଜନ ନାୟକ, ସବଇନସପେକ୍ଟର ସୁଧସ୍ମିତା ପୃଷ୍ଟି, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସାମ୍ବାଦିକ ରାଜେଶ ବେହେରା, ଚିତ୍ତରଞ୍ଜନ ଦାସ, ଲକ୍ଷ୍ମୀକାନ୍ତ ନାୟକଙ୍କ ସମେତ ଏସଡିପିଓଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରଥମେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ସାହୁ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ପରେ କେନ୍ଦ୍ରାପଡାର ଏସଡିପିଓ ଭାବରେ ଅତ୍ୟନ୍ତ ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ ଦକ୍ଷତାର ସହ ନିଜ ଦାୟୀତ୍ୱ ନିର୍ବାହ କରିଥିବା ବେଳେ ଅନେକ ସମ୍ବେଦନଶୀଳ ମାମଲାକୁ ସଫଳତାର ସହ ପରିଚାଳନା କରିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ