ପୂର୍ବତନ ଜିଲ୍ଲା ପରିଷଦଙ୍କ ମାତୃ ବିୟୋଗ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ପାଇଲିପଡା ୪୮ ନମ୍ବର ଜୋନ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କେ. କୃଷ୍ଣମୁର୍ତୀ ପାତ୍ରଙ୍କ ମା କେ.ଅନ୍ନପୂର୍ଣା ପାତ୍ର ଙ୍କ ଗତକାଲି ରାତ୍ର ୯ ଘଣ୍ଟା ସମୟ ରେ ୮୨ ବର୍ଷ ବୟସ ରେ ଦେହାନ୍ତନିଜ ବାସଭବନ ରେ ହୋଇଯାଇଛି ।ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ରୋଗ ରେ ପୀଡିତ ଥିଲେ ।ମୃତ୍ୟୁ ଶଯ୍ୟା ନିକଟ ରେ ତାଙ୍କ ସ୍ଵାମୀ ତଥା ପୂର୍ବତନ ସରପଞ୍ଚ କେ ଶ୍ରୀରାମୁଲୁ ପାତ୍ର,ତାଙ୍କ ପୁତ୍ର ପୂର୍ବତନ ସରପଞ୍ଚ ତଥା ପୂର୍ବତନ ଜିଲ୍ଲା ପରିଷଦ କେ. କୃଷ୍ଣମୁର୍ତୀ ପାତ୍ର,ଲକ୍ଷ୍ମୀନାରାୟଣ ,ରାଜେଶ୍ଵର,ଆନନ୍ଦ ଓ ଝିଅ ଏ ଉତ୍ସବାଣୀ ପ୍ରମୁଖ ଉପସ୍ଥିତ ଥିଲେ ।ଲକ ଡାଉନ ଥିବାରୁ ଆଉ ଦୁଇ ପୁଅ ଓ ଗୋଟିଏ ଝିଅ ଦୂର ରେ ଥିବା ରୁ ତାଙ୍କ ଶେଷ ଦର୍ଶନ କରିପାରି ନଥିଲେ ।ତାଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ ।ଗାଁ ଶ୍ମଶାନ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି ।ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ମହିଳା ହୋଇଥିବାରୁ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ