ପୂର୍ବତନ ପ୍ରଧନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ଶୋକ ପାଳନ
ହାଟଡିହି, (ବିକାଶ ବିଶ୍ୱାଳ):ପୂର୍ବତନ ପ୍ରଧନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ଼ଃ ମନମୋହନ ସିଂଙ୍କ ବିୟୋଗରେ ସମଗ୍ର ଦେଶ ଆଜି ଶୋକରେ ମ୍ରିୟମାଣ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ଆସ୍ପାୟାର ହାଟଡିହି ପକ୍ଷରୁ ତାଙ୍କର ଅକାଳ ବିୟୋଗରେ ଶୋକପ୍ରାର୍ଥନା କରିବା ସହ ତାଙ୍କ ଫୋଟଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ l ଏହି ଅବସରରେ ଭାରତ ପ୍ରତି ତାଙ୍କର ଅବଦାନ ବିଷୟରେ ଆଲୋଚନା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଆସ୍ପାୟାର ହାଟଡିହି ବ୍ଲକ ସଂଯୋଜକ କୃପାସିନ୍ଧୁ ସିଂ, ଏମ.ଆଇ.ଏସ ସୁମିତ ସୁଭାଶିଷ ପାତ୍ର, ସି .ଏଫ. ଅମ୍ଳାନ କୁମାର ଜେନା, ଦଶରଥ ମାଝୀ ଏଲ.ଏଫ ପ୍ରିୟଦର୍ଶିନୀ ପରିଡା, ନାରାୟଣ ପାତ୍ରଙ୍କ ସମେତ,ଜି.ପି.ସି.ଏମ ଖଗେଶ୍ୱର ମହାଳିକ, ଆଲୋକ ନାୟକଙ୍କ ସମେତ ବହୁ ଆସ୍ପାୟାର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l