ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୩ ତମ ଜୟନ୍ତୀ ପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ସଭାପତିତ୍ୱ ରେ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା କଂଗ୍ରେସ ଭାଇ ଭଉଣୀ ପ୍ରମୁଖ ଇନ୍ଦିରାଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜଣାଇଥିଲେ । ନବ ଭାରତ ନିର୍ମାଣରେ ଇନ୍ଦିରାଜୀଙ୍କ ତ୍ୟାଗ, ଦେଶଭକ୍ତି, ନିଷ୍ଠା,ଧର୍ମ ନିରପେକ୍ଷତା ବାଦ, ବଳିଦାନକୁ କେହି ଅସ୍ୱୀକାର କରି ପାରିବେ ନାହିଁ । ସେହି ମହାନ କଂଗ୍ରେସ ନେତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସର ହୃତ ଗୌରବକୁ ଫେରାଇ ଆଣିବା ପାଇଁ ସମସ୍ତେ ଐକବଦ୍ଧ ଭାବେ କାମ କରିବା ଉଚିତ ବୋଲି ଦଳୀୟ ନେତୃବୃନ୍ଦ କହିଥିଲେ । କାର୍ଯ୍ୟକ୍ରମରେ ବିଜନ ଦାସ,ପ୍ରଦୀପ ମିଶ୍ର,ନିର୍ଦ୍ଦେଶ ଲୋଚନ ଦାସ, ଅରବିନ୍ଦ ଦାସ, ସସ୍ମିତା ଘୋଷାଲ, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର,ଶୁଭ ସ୍ମିତା ବେହେରା, ଶାନ୍ତନୁ ପାଲ,ଦୀପକ ଦାସ,ନିର୍ମଳ ପ୍ରଧାନ, ଦେବେନ୍ଦ୍ର ସିଂଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ