ହିଞ୍ଜିଳି କଂଗ୍ରେସ ପକ୍ଷରୁ ଇନ୍ଧିରାଗାନ୍ଧୀଙ୍କ ୧୦୩ତମ ଜନ୍ମ ଜୟନ୍ତି ପାଳିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ନଗର କଂଗ୍ରେସ ପକ୍ଷରୁ ଗୁରୁବାର ପୂର୍ବତନ ତଥା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ୧୦୩ତମ ଜନ୍ମ ଜୟନ୍ତି ପାଳନ କରାଯାଇଛି । ପୂର୍ବାହ୍ନରେ ନଗର କଂଗ୍ରେସ ସଭାପତି ସୁନାରାମ ସାବତଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ ହାତରେ ଦଳୀୟ ପତକା ଧରି ନଗରା ପରିକ୍ରମା କରିବା ପରେ ପରିବା ବଜାର ନିକଟରେ ଅବସ୍ଥାପିତ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ପ୍ରର୍ତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରି ସ୍ୱର୍ଗତା ଗାନ୍ଧୀଙ୍କ ଜୀବନ କାହାଣୀ ଉପରେ ମତବ୍ୟକ୍ତ କରିଥିଲେ । ପରେ ସ୍ଥାନୀୟ ପୌରାଂଚଳର ବହୁ ଅସହାୟ ଓ ଗରିବ ଶ୍ରେଣୀର ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ମିଠା ବଂଟନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଯୁବନେତା କହ୍ନେୟାଲାଲ ସାବତ, ମନୋଜ ଗୌଡ଼, ଗୋପିନାଥ ପାଣିଗ୍ରାହୀ, ବୁଲୁ ନାହାକ, ରାମକୃଷ୍ଣ ଦାଶ, ଚନ୍ଦନ ପାଢି, ଅନିଲ ପଣ୍ଡା, ଶ୍ରୀକାନ୍ତ ବିଶ୍ୱାଳ, ରାଜକିଶୋର ପାଣିଗ୍ରାହୀଙ୍କ ସମେତ ବହୁ ଯୁବ, ଛାତ୍ର ନେତା ଓ ବହୁ ଦଳୀୟ କର୍ମୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ