ପୂର୍ବତନ ବିଧାୟକଙ୍କ କରୋନା ସଚେତନତା ଓ ମାସ୍କ ବଂଟନ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପହଁଚି ଲୋକମାନଙ୍କୁ କରୋନା ସଂକ୍ରମଣ ସମ୍ପର୍କରେ ସଚେତନ କରିବା ସହିତ ମାସ୍କ ବଂଟନ କରିଛନ୍ତି । ନିଜ ନିଜ ମଧ୍ୟରେ ସାମାଜିକ ଦ୍ୱରତା ରକ୍ଷା କରିବା,ନିତ୍ୟାନ୍ତ ଆବଶ୍ୟକ ନହେଲେ ଘରୁ ପଦାକୁ ନବାହାରିବା,ଘରୁ ପଦାକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବା,ସାବୁନରେ ବାରମ୍ବାର ହାତ ଧୋଇବା ପ୍ରଭୃତି ସମ୍ପର୍କରେ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ପୂର୍ବତନ ବିଧାୟକ ଶ୍ରୀ ତରାଇ ରବିବାର ଭାଗବତପୁର, ଜମଧର,କଳପଡା ଓ ଓସ୍ତପୁର ପଂଚାୟତରେ ବୁଲି ଲୋକମାନଙ୍କୁ ସଚେତନ କରିବା ସହ ମାସ୍କ ବଂଟନ କରିଥିଲେ ଓ ସରକାରଙ୍କ କୋଭିଡ -୧୯ ନିୟମକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ନିରଞ୍ଜନ ପଟ୍ଟନାୟକ,ଜିଲ୍ଲା କୃଷକ ବିଜେଡି ସଭାପତି ସୈାମେନ୍ଦ୍ର ଦାସ,ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସରୋଜକାନ୍ତ ସାହୁ,ଓସ୍ତପୁର ସମିତିସଭ୍ୟ ପ୍ରସନ୍ନ ରାଉତ, ଜମଧର ପଂଚାୟତର ଶିବ ପ୍ରସାଦ ବେହେରା, ଶାରଦା ପ୍ରଧାନ, ପ୍ରତାପ ବାରିକ, ଜିତେନ୍ଦ୍ର ବାରିକ, ଦୁରବିନ୍ଦ ମହାନ୍ତି, ଗୋବିନ୍ଦ ଦାସ, ଜଲଧର ପ୍ରଧାନ, ବିଜୟ ପ୍ରଧାନ, ଦରବାରୋ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପୂର୍ବରୁ ଶ୍ରୀ ତରାଇ ଆୟବା,ପୁରୁଷୋତ୍ତମପୁର,କଂସାର,ଡିଆପଡା,ନରସିଂପୁର ପଂଚାୟତ ସମେତ ପୈାରାଚଂଳର ୧ ଓ ୨ନମ୍ବର ଫ୍ୱାର୍ଡରେ ମଧ୍ୟ ଲୋକମାନଙ୍କୁ ସଚେତନ କରିବା ସହ ମାସ୍କ ବଂଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ