ପୂର୍ବତନ ବିଧାୟକ କିଶୋରଙ୍କ ସମର୍ଥିତ ଙ୍କ ଜିତାପଟ
କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଡରା ଓ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତରେ ବୁଧବାର ସରପଂଚ ପଦବୀ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୨ଟି ଯାକ ପଂଚାୟତରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ପକ୍ଷରୁ ୨ଜଣ ଙ୍କୁ ବିଜେଡି ଦଳ ସମର୍ଥନରେ ପ୍ରାର୍ଥୀ ମନୋନ୍ୱିତ କରାଯାଇଥିଲା । କିନ୍ତୁ ଦୁଇ ପଂଚାୟତର ବିଧାୟକ ଶ୍ରୀ ବେହେରାଙ୍କ ଦ୍ୱାରା ସମର୍ôଥତ ପ୍ରାର୍ଥୀ ପରାଜୟ ବରଣ କରିଥିବାର ଦେଖାଯାଇଛି । ଅନ୍ୟପଟରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି କିଶୋର ଚନ୍ଦ୍ର ତରାଇଙ୍କ ସମର୍ଥିତ ସରପଂଚ ପ୍ରାର୍ଥୀ ଜୟଯୁକ୍ତ ହୋଇ ସରପଂଚ ଭାବେ ନିର୍ବାଚିତ ହୋଇଥିବାର ଦେଖାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଡରା ପଂଚାୟତରେ ବିଧାୟକ ଶ୍ରୀ ବେହେରାଙ୍କ ପକ୍ଷରୁ ଦଳୀୟ ସମର୍ôଥତ ପ୍ରାର୍ଥୀ ଭାବେ ଅଶୋକ କୁମାର ମଲ୍ଲିକ ସରପଂଚ ଉପ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ବେଳେ ପୂର୍ବତନ ବିଧାୟକ ଶ୍ରୀ ତରାଇଙ୍କ ସମର୍ଥିତ ପ୍ରାର୍ଥୀ ଭାବେ ଅନ୍ନପୂର୍ଣ୍ଣା ମଲ୍ଲିକ ସରପଂଚ ପ୍ରାର୍ଥି ହୋଇଥିଲେ । କିନ୍ତୁ ଆଜି ଅନୁଷ୍ଠିତ ଭୋଟ ଗଣତିରେ ଅଶୋକ ମଲ୍ଲିକ ୬୫୨ ଭୋଟ ପାଇଥିବା ବେଳେ ଅନ୍ନପୂର୍ଣ୍ଣା ମଲ୍ଲିକ ୮୫୦ ଭୋଟ ପାଇ ୧୯୮ ଖଣ୍ଡ ଭୋଟରେ ଜୟଯୁକ୍ତ ହୋଇଛନ୍ତି । ସେହିପରି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତ ସରପଂଚ ଉପନିର୍ବାଚନରେ ବିଧାୟକ ଶ୍ରୀ ବେହେରାଙ୍କ ପକ୍ଷରୁ ସରପଂଚ ପ୍ରାର୍ଥୀ ହୋଇଥିବା ସଂଗମ କେଶରୀ ସାମଲ ୧୪୧୨ ଭୋଟ ପାଇଥିବା ବେଳେ ପୂର୍ବତନ ବିଧାୟକ ଶ୍ରୀ ତରାଇଙ୍କ ସମର୍ଥିତ ପ୍ରାର୍ଥୀ ଧରଣୀଧର ଦାସ ୧୮୪୧ ଖଣ୍ଡ ଭୋଟ ପାଇ ୪୨୯ ଭୋଟରେ ବିଜୟୀ ହୋଇଛନ୍ତି । ଉଭୟ ସ୍ଥାନରେ ବିଜେଡି ପକ୍ଷରୁ ପ୍ରାର୍ଥି ଚୟନ ସମୟରେ ଲୋକଙ୍କ ସହ ସଂପୃକ୍ତ ପ୍ରାର୍ଥୀ ଜଡିତ ଅଛନ୍ତି କି ନାହିଁ ତାହା ବିଚାର କରାଯାଇନଥିବା ବେଳେ ତୃଣମୂଳ ସ୍ତରର ସମସ୍ତ ଦଳୀୟ ନେତୃତ୍ୱଙ୍କ ସହ ଆବଶ୍ୟକ ପରାମର୍ଶ ନିଆଯାଇନଥିବା ଶୁଣିବାକୁ ମିଳିଛି । ଅନ୍ୟପଟରେ ଏହି ଜିତାପଟ ପୂନର୍ବାର ପ୍ରମାଣ କରିଛି ଯେ, କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳିରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀ ତରାଇଙ୍କ ପ୍ରତି ଲୋକଙ୍କ ଭଲପାଇବା ଓ ସମର୍ଥନ ଜାରି ରହିଛି । ଏତଦବ୍ୟତିତ ଉଭୟ ପଂଚାୟତରେ ବିଧାୟକ ଶ୍ରୀ ବେହେରାଙ୍କ ପୁତ୍ରଙ୍କ ଅନଧିକାର ଭାବେ ପ୍ରବେଶ ଓ ପ୍ରତି କଥାରେ ମୁଣ୍ଡ ପୁରାଇବାକୁ ଜନସାଧାରଣ ସହଜ ଭାବେ ଗ୍ରହଣ କରିନପାରିବାରୁ ଏଭଳି ଫଳ ହୋଇଛି ବୋଲି କେତେକ କହୁଥିବାର ଶୁଣିବାକୁ ମିଳିଛି । ପୁଣି କେତେକ ଦଳୀୟ ନେତା ଉପରେ ବିଧାୟକଙ୍କ ସହିତ ରହି ଭିତରେ ଅନ୍ୟ ପ୍ରକାର କାର୍ଯ୍ୟ କରିଥିବା ମଧ୍ୟ ଆଲୋଚନା ହେଉଛି । କିନ୍ତୁ ଉଭୟ ପଂଚାୟତରେ ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀ ନହେଲେବି ବିଜେଡି ଦଳର ଲୋକ ହିଁ ସରପଂଚ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଦୁଇଟି ପଂଚାୟତ ଉପନିର୍ବାଚନରେ ଗୋଟିଏ ପଟରେ ପୂର୍ବତନ ବିଧାୟକ ଶ୍ରୀ ତରାଇଙ୍କ ଜିତାପଟ ହୋଇଥିବା ବେଳେ ଅନ୍ୟପଟରେ ବିଧାୟକ ଶ୍ରୀ ବେହେରାଙ୍କ ପରାଜୟ ହୋଇଥିବା ରାଜନୈତିକ ବିଶେଷଜ୍ଞ ମାନେ କହିଛନ୍ତି ।